ପୁରୀ: ବାତ୍ୟା ଅମ୍ଫାନ ଯୋଗୁଁ ବୁଧବାର ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । ତେବେ ଗୁରୁବାରଠାରୁ ରଥ ଖଳା ଚଳଚଞ୍ଚଳ ହୋଇଛି । ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଛନ୍ତି ସେବକମାନେ । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ ତାଳ ଧ୍ବଜ ରଥର 10ଟି ଚକ, ଦେବଦଳନ ରଥର 8ଟି ଚକ, ନନ୍ଦିଘୋଷ ରଥର 8ଟି ଚକ ସମ୍ପୂର୍ଣ୍ଣ ହୋଇ 2 ଟି ତୁମ୍ଭରେ ଅର ଲାଗି ହୋଇଛି ।
ତାଳଧ୍ବଜ ରଥର 5 ଟି ଅଖ, ଦେବଦଳନ ରଥର 3 ଟି ଅଖ, ନନ୍ଦିଘୋଷ ରଥର 5 ଟି ଅଖର ହଣାକାର୍ଯ୍ୟ ଚାଲୁ ରହିଛି । ସେହିପରି ତାଳଧ୍ବଜ ରଥର 5 ଟି ଯୋଖା ଶେଷ ହୋଇଥିବା ବେଳେ ଦେବ ଦଳନ ରଥର ଦୁଇଟି ଯୋଖା, ଶେଷ ହୋଇଛି ।