ଓଡିଶା

odisha

ETV Bharat / state

ରଥ ଖଳା ପ୍ରସ୍ତୁତି ଶେଷ, ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ - ଅକ୍ଷୟ ତୃତୀୟା 2020

26 ତାରିଖ ଅକ୍ଷୟ ତୃତୀୟା। ଏହିଦିନ ମହାପ୍ରଭୁଙ୍କ ରଥ ନିର୍ମାଣ ଅନୁକୂଳ ହେବ। ଏନେଇ ରଥ ଖଳାର ପ୍ରସ୍ତୁତି ଶେଷ ।

puri rath yatra latest news
ରଥ ଖଳା ପ୍ରସ୍ତୁତି ଶେଷ

By

Published : Apr 20, 2020, 7:37 PM IST

ପୁରୀ: ପାଖେଇ ଆସୁଛି ପବିତ୍ର ଅକ୍ଷୟ ତୃତୀୟା । 26 ତାରିଖ ଅକ୍ଷୟ ତୃତୀୟା। ଏହିଦିନ ମହାପ୍ରଭୁଙ୍କ ରଥ ନିର୍ମାଣ ଅନୁକୂଳ ଅନୁଷ୍ଠିତ ହେବ। ବିଶ୍ବକର୍ମା ମହାରଣା ସେବକଙ୍କ ସମେତ ଭୋଇ ସେବକ, କରତି ସେବକ, ପ୍ରମୂଖ ରଥ ନିର୍ମାଣ କାମ ଆରମ୍ଭ କରିବେ।

ଶ୍ରୀନଅର ସମ୍ମୁଖ ରଥ ଖଳାରେ ରଥ ନିର୍ମାଣ ହେବ । ଏ ନେଇ ପ୍ରସ୍ତୁତି ଶେଷ ହୋଇଛି। ରଥ ଖଳାର ଚାଳି ନିର୍ମାଣ ଶେଷ ହୋଇଛି। ଏଥର କୋରୋନାକୁ ଦୃଷ୍ଟିରେ ରଖି ରଥ ଖଳା ଚାଳିକୁ ବଢା ଯାଇଛି। ସେବକମାନେ ସାମାଜିକ ଦୂରତ୍ବ ବଜାୟ ରଖି ରଥ ନିର୍ମାଣ କରିବେ। ସେହିପରି ମୁହଁରେ ମାସ୍କ ଲଗାଇବାପାଇଁ ମଧ୍ୟ କୁହାଯାଇଛି ।

ରଥ ଖଳା ପ୍ରସ୍ତୁତି ଶେଷ

ଅନ୍ୟପଟେ ଅକ୍ଷୟ ତୃତୀୟା ଦିନ ମହାପ୍ରଭୁଙ୍କର ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀରେ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ। ତେବେ ରଥ ନିର୍ମାଣ ପାଇଁ ରଥ ଖଳା କିଭଳି ପ୍ରସ୍ତୁତି କରାଯାଇଛି ଏବଂ ଚନ୍ଦନଯାତ୍ରା କିଭଳି ପ୍ରସ୍ତୁତି ହୋଇଛି ସେନେଇ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ସହ ପୁରୀରୁ ଆମ ଇଟିଭି ଭାରତର ସମ୍ବାଦଦାତା ଆଲୋଚନା କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details