ଓଡିଶା

odisha

ETV Bharat / state

ତିନି ରଥର ୨୬ ଚକ ଓ ୨୧ ଅଖ କାମ ଶେଷ - ରଥ ଚକ କାମ

ରଥଖଳାରେ ଜୋରସୋରରେ ଚାଲିଛି ରଥନିର୍ମାଣ କାର୍ଯ୍ୟ। ତିନିରଥର ୨୬ ଟି ଚକ ଓ ୨୧ ଟି ଅଖ କାମ ଶେଷ ହୋଇଛି। ଏବେ ରଥର ଉପରିଭାଗ କାର୍ଯ୍ୟ ଆରମ୍ଭ ହେବା ସହ ରଥର ଓରା ଓ ଖମ୍ବି କାମ ଚାଲିଛି। ଅଧିକ ପଢନ୍ତୁ...

ତିନି ରଥର  ୨୬ ଟି ଚକ ଓ ୨୧ ଟି ଅଖ କାମ ଶେଷ
ତିନି ରଥର ୨୬ ଟି ଚକ ଓ ୨୧ ଟି ଅଖ କାମ ଶେଷ

By

Published : Jun 5, 2021, 9:41 PM IST

ପୁରୀ: ରଥଖଳାରେ ଜୋରସୋରରେ ଚାଲିଛି ରଥନିର୍ମାଣ କାର୍ଯ୍ୟ। ତିନିରଥର ୨୬ ଟି ଚକ ଓ ୨୧ ଟି ଅଖ କାମ ଶେଷ ହୋଇଛି। ଏବେ ରଥର ଉପରିଭାଗ କାର୍ଯ୍ୟ ଆରମ୍ଭ ହେବା ସହ ରଥର ଓରା ଓ ଖମ୍ବି କାମ ଚାଲିଛି।

ତିନି ରଥର ୨୬ ଟି ଚକ ଓ ୨୧ ଟି ଅଖ କାମ ଶେଷ

ରଥରେ ଚାରୋଟି ଲେଖାଏଁ ଓରା ଓ ୮ ଟି ଲେଖାଏଁ ଖମ୍ବି ଲାଗିବ। ଏଥର ରଥ ଭୂଇଁ ନିର୍ମାଣରେ ଲାଗିବ। ତାଳଧ୍ବଜ ରଥର ୮ ଟି ଚକ ଓ ୭ ଟି ଅଖ, ଦେବଦଳନ ରଥର ୮ ଟି ଚକ ଓ ୬ ଟି ଅଖ ଏବଂ ନନ୍ଦିଘୋଷ ରଥର ୧୦ ଟି ଚକ ଓ ୮ ଟି ଅଖ କାମ ସରିଛି।

ବାକି ୧୬ ଟି ଚକନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୋଇ ସେବକ ମାନେ ଜନ୍ତାଗାଡ଼ରେ ଅର ସହିତ ତୁମ୍ବ ସଂଯୋଗ କରି ରଥଖଳାରେ ପହଞ୍ଚାଉଛନ୍ତି। କାମର ସେବକମାନେ ଚାରିନାହାକା ପାଇଁ ଚଣାକ କଣ୍ଟା, ଗୟଳ ବାନ୍ଧେଣୀ ପାଇଁ ଯୋଖା, ଦୁଆରବନ୍ଧ ପାଇଁ ଅଗପାତେଳୀ କଣ୍ଟା, ଗୟଳ କଣ୍ଟା ଓ ସିଙ୍ଗଡ଼ା କଣ୍ଟା ତିଆରି କରୁଛନ୍ତି।

ସେପଟେ କୋଭିଡ଼ କଟକଣା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଠାରୁ ଘୋଷଯାତ୍ରା କିଭଳି ଶୃଙ୍ଖଳିତ ଭାବେ କରାଯିବା ସେନେଇ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେବେ ସେଥିରେ ସେବାୟତଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି କହିଛନ୍ତି।

ରଥର ଉପରିଭାଗ କାର୍ଯ୍ୟ ଆରମ୍ଭ ହୋଇଛି। ରଥର ଅଖ ଉପରେ ଦଣ୍ତା ରହିବ। ଆଉ ଦଣ୍ତା ଉପରେ ରହିବ ଗରଗରା। ଗରଗରା ଉପରେ ଚାରିନାହାକା ଉଠି ପ୍ରଥମ ଭୂଇଁ ଉଠିବ। ଶୀତଳଷଷ୍ଠୀ ଦିନ ତିନିରଥର ସମସ୍ତ ୪୨ଟି ଚକ ସହ ୨୧ଟି ଅଖ ସଂଯୋଗ କରାଯାଇ ଡ଼େରାଯିବ। ଦେବସ୍ନାପୂର୍ଣ୍ଣିମାରେ ତିନିରଥର ଚାରି ନାହାକା ଉଠିବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details