ଓଡିଶା

odisha

ETV Bharat / state

ତିନି ରଥରେ ସରିଲା ପ୍ରଭା କାର୍ଯ୍ୟ - ରଥ ନିର୍ମାଣ ଅପଡେଟ୍

ତିନି ରଥର 'ପ୍ରଭା'ରେ ରୂପ ଖୋଦେଇ କାର୍ଯ୍ୟ ରୂପକାର ସେବକଙ୍କ ଦ୍ବାରା ସମ୍ପୂର୍ଣ୍ଣ ହୋଇଛି। ଏଥିସହ ତିନି ରଥର ବେଦୀ ପାର୍ଶ୍ବପଟା ତଳେ ହଂସ ପଟା ଵାଡ଼ିଆ ସମ୍ପୂର୍ଣ୍ଣ ହୋଅଛି। ନନ୍ଦିଘୋଷ ରଥର ବିଜେ ଚକା ନିର୍ମାଣ ଶେଷ ହୋଇଅଛି। ଅଧିକ ପଢନ୍ତୁ...

ସରିଲା ତିନି ରଥରେ ପ୍ରଭା କାର୍ଯ୍ୟ
ସରିଲା ତିନି ରଥରେ ପ୍ରଭା କାର୍ଯ୍ୟ

By

Published : Jul 5, 2021, 7:04 AM IST

ପୁରୀ: ଚୂଡାନ୍ତ ପର୍ଯ୍ୟାୟରେ ମହାପ୍ରଭୁଙ୍କ ତିନି ରଥର କାର୍ଯ୍ୟ । ତିନି ରଥର 'ପ୍ରଭା'ରେ ରୂପ ଖୋଦେଇ କାର୍ଯ୍ୟ ରୂପକାର ସେବକଙ୍କ ଦ୍ବାରା ସମ୍ପୂର୍ଣ୍ଣ ହୋଇଛି। ଏଥିସହ ତିନି ରଥର ବେଦୀ ପାର୍ଶ୍ବପଟା ତଳେ ହଂସ ପଟା ଵାଡ଼ିଆ ସମ୍ପୂର୍ଣ୍ଣ ହୋଅଛି। ନନ୍ଦିଘୋଷ ରଥର ବିଜେ ଚକା ନିର୍ମାଣ ଶେଷ ହୋଇଅଛି।

ସରିଲା ତିନି ରଥରେ ପ୍ରଭା କାର୍ଯ୍ୟ

ନନ୍ଦିଘୋଷ ରଥର ପ୍ରଭା ଗୁଣ୍ଠି ନିର୍ମାଣ ଶେଷ ହୋଇଛି । ବାଲି କାଗଜ ଦ୍ବାରା ଗୁଣ୍ଠି ଗୁଡିକର ପଲିସ କାର୍ଯ୍ୟ ଶେଷ ହୋଇଛି । ଏଥିସହ ଶ୍ରୀମନ୍ଦିର ପ୍ରଶାସନ ଅଧିକ୍ଷଣ ଯନ୍ତ୍ରୀ ସହ ଅନୁଧ୍ୟାନ ଟିମ ତିନି ରଥର ନିର୍ମାଣ କାର୍ଯ୍ୟରେ କେଉଁଠି କଣ ତ୍ରୃଟି ରହିଛି କି ନାହିଁ ଅନୁଧ୍ୟାନ କରିବା ସହ ମୁଖ୍ୟ ମହାରଣା ମାନଙ୍କ ସହ ଆଲୋଚନା କରିଥିଲେ।

ଚିତ୍ରକାର ସେବକମାନେ ତିନି ରଥର ପ୍ରଭାରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିବା ସହ ତିନିରଥର ଚକରେ ପଦ୍ମ ପାଖୁଡା ଚିତ୍ରରେ ରଙ୍ଗ ଦେବା କାର୍ଯ୍ୟ ଜାରୀ ରଖିଛନ୍ତି। ସେପଟେ ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ଘୋଡା କ୍ଳାମ୍ପ ନିର୍ମାଣ ସାରି ଯୋଗାଇଛନ୍ତି। ଦରଜୀ ସେବକମାନେ ତିନି ରଥର ଦୁଆର ବେଢା ପାଇଁ କାନା କଟିଙ୍ଗ ପରେ ଲେସ କାମ କରୁଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details