ଓଡିଶା

odisha

ETV Bharat / state

ଅସ୍ତରଙ୍ଗରୁ ସନ୍ଦିଗ୍ଧ ପାରା ଉଦ୍ଧାର ଘଟଣା, ପୋଲିସର ତଦନ୍ତ ଆରମ୍ଭ

ପୁରୀ ଅସ୍ତରଙ୍ଗରୁ ସନ୍ଦିଗ୍ଧ ପାରା ଉଦ୍ଧାର ଘଟଣା । ପୁରୀ ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିବା ସହିତ ପାରାକୁ ବନ ବିଭାଗକୁ ହସ୍ତାନ୍ତର କରିଛି । ଅଧିକ ପଢନ୍ତୁ

By

Published : Mar 16, 2023, 8:53 PM IST

suspicious pigeon rescue case
suspicious pigeon rescue case

ଅସ୍ତରଙ୍ଗରୁ ସନ୍ଦିଗ୍ଧ ପାରା ଉଦ୍ଧାର ଘଟଣା, ପୋଲିସର ତଦନ୍ତ ଆରମ୍ଭ

ପୁରୀ:ଜିଲ୍ଲା ଅସ୍ତରଙ୍ଗ ଥାନା ନାନପୁରରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ଘଟଣା । ପୁରୀ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ବନ ବିଭାଗକୁ ପାରାକୁ ହସ୍ତାନ୍ତର କରିଛି । ବିଭିନ୍ନ ଆଇନଗତ ଦିଗ ନେଇ ଅନୁସନ୍ଧାନ କରାଯାଉଥିବା ବେଳେ କିଛି ଏକ୍ସପର୍ଟଙ୍କ ସାହାଯ୍ୟ ମଧ୍ୟ ନିଆଯାଉଛି । ପାରା ଗୋଡ଼ରେ ଯେଉଁ ରିଙ୍ଗ୍‌ ଲାଗିଛି ତାହା ବିଷୟରେ ଅନୁଧ୍ୟାନ କରାଯାଉଛି । ତେବେ ସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା ପୁରୀ ଏସପି କେ. ବିଶାଲ ସିଂ କହିଛନ୍ତି ।

ଗତକାଲି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ନାନପୁରରୁ ଏକ ସନ୍ଦିଗ୍ଧ ପାରାକୁ ଉଦ୍ଧାର କରାଯାଇଛି । ପାରା ଗୋଡ଼ରେ ୩ଟି ରିଙ୍ଗ ରହିଛି । ଯେଉଁଥିରେ ଇଂରାଜୀରେ READY BSP DN ଲେଖାଯାଇଛି । ସେହିପରି ଆଉ ଏକ ରିଙ୍ଗରେ ୩୧ ଲେଖାଯାଇଛି । ପାରା ପର ଭିତରେ ମଧ୍ୟ ଷ୍ଟାମ୍ପ ମରାଯାଇଛି । ଗତ ୮ ଦିନ ହେବ ପାରାଟି ନାନପୁର ଗ୍ରାମର ପତି ସାହିରେ ଥିବା ରୁପେନ ପତିଙ୍କ ଘର ଛାତ ଉପରେ ପାରା ଭାଡ଼ିରେ ଆସି ବସୁଥିଲା । ପାରାକୁ ଆଣି ଦେଖିବା ପରେ ପାରା ପାଦରେ ରିଙ୍ଗ ଲାଗିଥିବା ଓ ଇଂରାଜୀରେ କିଛି ଲେଖା ଥିବା ରୁପେନ ପତିଙ୍କ ପୁଅ ବିକ୍ରମ ପତି ଦେଖିଥିଲେ ।

ଏହା ବି ପଢନ୍ତୁ- କୁଖ୍ୟାତ ଅପରାଧୀ ଚିକୁର ସନ୍ଦେହ ଜନକ ମୃତ୍ୟୁ, ପୋଲିସର ତଦନ୍ତ ଜାରି

ତେବେ ପୋଲିସ ଏହି ସନ୍ଦିଗ୍ଧ ପାରାକୁ ଯାଞ୍ଚ କରୁ ବୋଲି ସେ କହିଛନ୍ତି । ସୂଚନା ଥାଉ କି ଗତ କିଛି ଦିନ ତଳେ କୋଣାର୍କ ଅଞ୍ଚଳରୁ ଏକ ସନ୍ଦିଗ୍ଧ ପାରା ଧରା ହୋଇଥିଲା । ପାରାଦ୍ବୀପର କିଛି ମତ୍ସ୍ୟଜୀବୀ ଏହାକୁ ସମୁଦ୍ର ଭିତରେ ମାଛ ମାରିବାକୁ ଯାଇଥିବା ବେଳେ ଉଦ୍ଧାର କରିଥିଲେ । ଏହାକୁ ପାରାଦ୍ବୀପ ମେରାଇନ ପୋଲିସକୁ ହସ୍ତାନ୍ତର ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା । ତେବେ ଏହି ଘଟଣା କିଛି ଦିନ ନପୁରୁଣୁ ପୁଣି ପୁରୀ ଅସ୍ତରଙ୍ଗ ଅଞ୍ଚଳରୁ ଆଉ ଏକ ସନ୍ଦିଗ୍ଧ ପାରା ଧରା ହେବା ବେଶ ଚର୍ଚ୍ଚାର ବିଷୟ ହୋଇଛି ।

ଏହା ବି ପଢନ୍ତୁ- ଗୁଇନ୍ଦା ପାରା ଉଦ୍ଧାର: ଗୋଡରେ କ୍ୟାମେରା ଓ ଚିପ, ଡେଣାରେ ବିଦେଶୀ ଭାଷା

ସେପଟେ ପାରାଦ୍ବୀପରେ ଧରା ହୋଇଥିବା ଗୁପ୍ତଚରୀ ସନ୍ଦିଗ୍ଧ ପାରାକୁ ରାଜ୍ୟ ଫରେନ୍ସିକ ଲ୍ୟାବକୁ ଅଣାଯାଇଥିଲା । ମାତ୍ର ଲ୍ୟାବରେ ସେଭଳି କୌଣସି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ ନ ହେବାରୁ ଏହାକୁ କୋଲକାତା କିମ୍ବା ହାଇଦ୍ରାବାଦସ୍ଥିତ କେନ୍ଦ୍ରୀୟ ଫରେନ୍ସିକ ଲ୍ୟାବକୁ ପଠାଯିବ ବୋଲି ଜଣାପଡ଼ିଛି । ଗଚ ୮ ତାରିଖରେ ପାରାଦ୍ବୀପରୁ ଏହି ସନ୍ଦିଗ୍ଧ ପାରାକୁ ଉଦ୍ଧାର କରାଯାଇଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details