ପୁରୀ:ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକଙ୍କ ଦୌରାତ୍ମ୍ୟ । ଏଥିରୁ ବର୍ତ୍ତିବା ପାଇଁ ନୂଆ ପଦକ୍ଷେପ ଆପଣାଇଛି ପୁରୀ ପୋଲିସ । ସାଇବର ଠକେଇରୁ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବା ପାଇଁ ପୁରୀ ପୋଲିସ୍ ଆରମ୍ଭ କଲା ସାଇବର ଭଲ୍ୟୁଣ୍ଟର ସେବା ।ପୁରୀ ଜିଲ୍ଲା ପୋଲିସ୍ ତତ୍ତ୍ଵାବଧାନରେ ସାଇବର ଠକେଇକୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଇବର ଠକେଇରୁ କିଭଳି ବର୍ତ୍ତିବେ ଏବଂ ପୋଲିସକୁ କିଭଳି ଅଭିଯୋଗ କରିବେ ସେ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନେକ ସମୟରେ ସାଇବର ଠକମାନେ ଲୋକଙ୍କୁ ଭୂଆଁ ବୁଲାଇ ଠକେଇ କରୁଥିବା ବେଳେ ଏନେଇ ପୋଲିସରେ ଅଭିଯୋଗ କରିବାକୁ ବୈଠକରେ ଆଲୋଚୋନା ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: EDରେ ହାଜର ହେଲେ ପ୍ରଦୀପଙ୍କ ପତ୍ନୀ, ସୁଜାତା ପାଣିଗ୍ରାହୀଙ୍କୁ ଚାଲିଛି ଜେରା
ସେହିପରି ହୋଟେଲ୍ ବୁକିଙ୍ଗ ବେଳେ ପର୍ଯ୍ୟଟକମାନେ ଠକେଇର ଶିକାର ହେଉଥିବା ବେଳେ ଏଭଳି ଘଟଣା ନଜରକୁ ଆସିଲେ ସଙ୍ଗେ ସଙ୍ଗେ ପୋଲିସକୁ ହୋଟେଲ୍ ମାନେ ଜଣାଇବାକୁ ପୁରୀ ଏସପି କହିଛନ୍ତି । ଏହି ସଚେତନତା ବୈଠକ ପୁରୀ ହୋଟେଲ ଆସୋସିଏସନର କର୍ମକର୍ତ୍ତା, ଟ୍ରାଭେଲ୍ ଏଜେଣ୍ଟ, ହୋଟେଲ୍ ମ୍ୟାନେଜର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।