ଓଡିଶା

odisha

ETV Bharat / state

ପୁରୀରେ ଜିରୋ ଟଲେରାନ୍ସ ନୀତି ଅଭିଯାନ ଆରମ୍ଭ, 18 ଅପରାଧୀ ଗିରଫ - special operation to rid Puri of crime

ପୁରୀ ଏସପି କେ.ବିଶାଳ ସିଂଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ସିଟି ଡ଼ିଏସପିଙ୍କ ନେତୃତ୍ବରେ ସ୍ବତନ୍ତ୍ର ପୋଲିସ ଟିମ ଗଠନ କରାଯାଇ ପୁରୀ ସହରରେ ବିଭିନ୍ନ ଅପରାଧରେ ଜଡିତ ହାର୍ଡକୋର କ୍ରିମିନାଲଙ୍କ ଉପରେ ଚଢଉ କରାଯାଇଛି । ଅଧିକ ପଢନ୍ତୁ...

ପୁରୀକୁ ଅପରାଧ ମୁକ୍ତ କରିବାକୁ ଆରମ୍ଭ ହୋଇଛି ଅଭିଯାନ
ପୁରୀକୁ ଅପରାଧ ମୁକ୍ତ କରିବାକୁ ଆରମ୍ଭ ହୋଇଛି ଅଭିଯାନ

By

Published : Jan 13, 2021, 7:02 PM IST

ପୁରୀ: ଆକ୍ସନ ମୋଡ଼ରେ ପୁରୀ ପୋଲିସ । ପୁରୀ ସହରକୁ ଅପରାଧ ମୁକ୍ତ କରିବାକୁ ଆରମ୍ଭ ହୋଇଛି ଅଭିଯାନ । ପୁରୀ ଏସପି କେ.ବିଶାଳ ସିଂଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ସିଟି ଡ଼ିଏସପିଙ୍କ ନେତୃତ୍ବରେ ସ୍ବତନ୍ତ୍ର ପୋଲିସ ଟିମ ଗଠନ କରାଯାଇ ପୁରୀ ସହରରେ ବିଭିନ୍ନ ଅପରାଧରେ ଜଡିତ ହାର୍ଡକୋର କ୍ରିମିନାଲଙ୍କ ଉପରେ ଚଢଉ କରାଯାଇଛି ।

ପୁରୀ ପୋଲିସ ପକ୍ଷରୁ ସୂଚନା ଜାରି

ଏହି ସ୍ବତନ୍ତ୍ର ଚଢ଼ାଉ ଅଭିଯାନରେ ପୁରୀ ପୋଲିସ 18 ଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଅପରାଧୀମାନେ ଦାଦାବଟି, ହତ୍ୟାକାଣ୍ଡ ଭଳି ସଙ୍ଗୀନ ଅପରାଧରେ ଜଡିତ ଥିବା ବିଭିନ୍ନ ଥାନାରେ ଅଭିଯୋଗ ରହିଛି।

ତେବେ ଅପରାଧୀମାନେ ବିଭିନ୍ନ ଅପରାଧ ପରେ ପୋଲିସକୁ ଚକମା ଦେଖାଇ ଖସି ଯାଉଥିଲେ । ପୁରୀ ପୋଲିସ ଅପରାଧିଙ୍କ ପ୍ରତି ଜିରୋ ଟଲେରାନ୍ସ ନୀତି ଆରମ୍ଭ କରିଥିବାବେଳେ ଆଗାମୀ ଦିନରେ ଆହୁରି ଚଢ଼ାଉ କରାଯାଇ ଅପରାଧୀଙ୍କୁ ଜେଲ ପଠାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।

ସେହିପରି ପୁରୀ ପୋଲିସ ପକ୍ଷରୁ ସୋସିଆଲ ମିଡିଆରେ ପୁରୀ ଏସପି ଓ ସିଟି ଡିଏସପିଙ୍କ ନମ୍ବର ଦିଆଯାଇଛି। କୌଣସି ଅପରାଧୀ ବିଷୟରେ ସାଧାରଣଲୋକେ ସିଧାସଳଖ ଅଭିଯୋଗ କରିପାରିବେ। ଏନେଇ ପରିଚୟ ଗୋପନ ରଖାଯିବ ଏବଂ ସୂଚନାକୁ ନେଇ ପୋଲିସ ପକ୍ଷରୁ ପୁରସ୍କାର ଦିଆଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details