ଓଡିଶା

odisha

By

Published : May 24, 2023, 11:21 AM IST

ETV Bharat / state

ପାଖେଇ ଆସୁଛି ରଥଯାତ୍ରା, କଡ଼ା ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସର ତତ୍ପରତା

ପାଖେଇ ଆସୁଛି ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା । ଏ ନେଇ ଜିଲ୍ଲା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ନିଆଯାଉଛି ବିଭିନ୍ନ ପଦକ୍ଷେପ । ଅଧିକ ପଢନ୍ତୁ

Etv Bharat
Etv Bharat

ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୀ: ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ଯେତିକି ପାଖେଇ ଆସୁଛି ପୁରୀ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ନେଇ ସେତିକି ତତ୍ପରତା ବୃଦ୍ଧି ପାଇବାରେ ଲାଗିଛି । ଲକ୍ଷ ଲକ୍ଷ ଭକ୍ତ ଓ ଯାତ୍ରୀଙ୍କ ସୁରକ୍ଷା ପୁରୀ ପୋଲିସର ପ୍ରମୁଖ ଦାୟିତ୍ଵ ବୋଲି ପୁରୀ ଏସପି ଡଃ କନୱର ବିଶାଳ ସିଂ କହିଛନ୍ତି । ସହରର କିଛି ସ୍ବେଚ୍ଛାସେବୀ ଯୁବକଙ୍କୁ ନେଇ ଯୁବଶକ୍ତି ନାମକ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ତେବେ ଏହି ଯୁବଶକ୍ତିରେ ଥିବା ଯୁବକମାନେ ସ୍ନାନଯାତ୍ରା ଓ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ନେଇ ପୋଲିସକୁ ସହାୟତା କରିବେ ବୋଲି ଏସପି ସୂଚନା ଦେଇଛନ୍ତି ।

ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ସ୍ନାନଯାତ୍ରା ଏବଂ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାର ସୁପରିଚାଳନା ପାଇଁ ସହରର ବିଭିନ୍ନ ଅଞ୍ଚଳକୁ ନେଇ ସେକ୍ଟରରେ ବିଭକ୍ତ କରାଯାଇଛି । ଟ୍ରାଫିକ ସୁପରିଚାଳନା ପାଇଁ ୨୮ଟି ସେକ୍ଟର, ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ସୁରକ୍ଷା ପାଇଁ ୧୩ଟି ସେକ୍କର ଏବଂ ପୁରୀ ସହରକୁ ୫୦ରୁ ଅଧିକ ସେକ୍ଟରରେ ବଣ୍ଟାଯାଇଛି । ସବୁ ସେକ୍ଟରର ସୁରକ୍ଷା ଦାୟିତ୍ବ ବରିଷ୍ଠ ଅଭିଜ୍ଞ ପୋଲିସ ଅଧିକାରୀଙ୍କୁ ଦିଆଯାଇଥିବା ସୂଚନା ଦେଇଛନ୍ତି ଏସପି । ସେହିପରି ଚୋରି, ଛିନତାଇ, ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଏକାଧିକ ସ୍କ୍ବାର୍ଡ ଏବଂ ବିଭିନ୍ନ ସ୍ବେଚ୍ଛାସେବୀଙ୍କୁ ନେଇ ଏକାଧିକ ଟିମ୍ ଗଠନ କରାଯାଇଛି ।

ଏହା ବି ପଢନ୍ତୁ- RathaKhala Halchal: ତିନି ରଥର ଚାଲିଛି କୋଣ ଗୁଜ ଓ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ କାର୍ଯ୍ୟ

ପୁରୀ ପୋଲିସ ପକ୍ଷରୁ ସ୍ନାନଯାତ୍ରା ଏବଂ ରଥଯାତ୍ରାକୁ ଦୃଷ୍ଟିରେ ରଖି ସହରରେ ଥିବା କିଛି ସ୍ବେଚ୍ଛାସେବୀ ଯୁବକଙ୍କୁ ନେଇ ଯୁବଶକ୍ତି ନାମକ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ତେବେ ଏହି ଯୁବଶକ୍ତିରେ ଥିବା ଯୁବକମାନେ ସ୍ନାନଯାତ୍ରା ଓ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ନେଇ ପୋଲିସକୁ ସହାୟତା କରିବା ସହ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭକ୍ତଙ୍କୁ ନବା ଆଣିବାରେ ସହଯୋଗ କରିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଗତକାଲି ଠାରୁ ଯୁବ ଶକ୍ତି ଟିମ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପୁରୀ ଏସପି ନିଜେ ଉପସ୍ଥିତ ରହି ଯୁବ ଶକ୍ତି ଟିମ ଉତ୍ସାହିତ କରିଛନ୍ତି । ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସୁବିଧା ଉପରେ ଅଧିକ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଏସପି ପରାମର୍ଶ ଦେଇଛନ୍ତି ।

ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କୁ ସହାୟତା, ଭିଡ଼ ନିୟନ୍ତ୍ରଣ ନେଇ ପୋଲିସକୁ ସହାୟତା ଯୁବଶକ୍ତିର ପ୍ରମୁଖ କାର୍ଯ୍ୟ ରହିବ । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ଦୋଳମଣ୍ଡପ ସାହି, କୁଣ୍ଡେଇବେଣ୍ଟ ସାହି, କାଳୀକାଦେବୀ ସାହି, ବାଲି ସାହି, ଗୌଡ଼ବାଡ ସାହି, ହରଚଣ୍ଡୀ ସାହି ଓ ମାର୍କଣ୍ଡେଶ୍ବର ସାହି ଭଳି ସାତ ସାହିର ୫୦ ଜଣ ଯୁବକ ଏହି ଯୁବଶକ୍ତିରେ ସାମିଲ ହୋଇଛନ୍ତି ।‌ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ସମୟରେ ଏହି ଯୁବକମାନେ ପୋଲିସକୁ ବିଭିନ୍ନ କାର୍ଯ୍ୟରେ ସ୍ବେଚ୍ଛାସେବୀ ଭାବେ ସହଯୋଗ କରିବେ । ଏହି ଯୁବଶକ୍ତିରେ ସାମିଲ ହୋଇଥିବା ଯୁବକମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି।

ଏହା ବି ପଢନ୍ତୁ- ରଥଯାତ୍ରାରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ପାଇଁ ବିଶେଷ ପ୍ରସ୍ତୁତି, ଯୁବଶକ୍ତି ଟିମ ଗଠିତ

ଜନସାଧାରଣଙ୍କୁ କିଭଳି ଉତ୍ତମ ବ୍ୟବହାର ଏବଂ ସେବା ଯୋଗାଇଦେବେ ସେନେଇ ତାଲିମ ଦିଆଯାଇଛି । ତେବେ ଏହି ଯୁବକମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଆଇ କାର୍ଡ ଓ ୟୁନିଫର୍ମ ପ୍ରଦାନ କରିଛନ୍ତି ପୁରୀ ଏସପି । ତେବେ କେବଳ ସ୍ନାନପୂର୍ଣ୍ଣମୀ ଓ ରଥଯାତ୍ରା ନୁହେଁ ଅନ୍ୟାନ୍ୟ ପର୍ବପର୍ବାଣି ସମୟରେ ମଧ୍ୟ ଏହି ଯୁବଶକ୍ତିଙ୍କୁ ବିଭିନ୍ନ କାର୍ଯ୍ୟରେ ଶୃଙ୍ଖଳା ପାଇଁ ନିୟୋଜିତ କରାଯିବ । ପୂର୍ବରୁ ପୁରୀ ସହରରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ସହ ନିଶା କାରବାର ଉପରେ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଗଠିତ ହୋଇଥିଲା ମାତୃଶକ୍ତି ଟିମ ।

ଏହି ମାତୃଶକ୍ତି ଟିମ ମାଧ୍ୟମରେ ପୋଲିସକୁ ବେଶ ସଫଳତା ମିଳିବା ପରେ ଯୁବକମାନଙ୍କୁ ନେଇ ଗଠିତ ହୋଇଥିବା ଯୁବଶକ୍ତି ଟିମ ମଧ୍ୟ ବେଶ ସଫଳ ହେବ ବୋଲି ଆଶା ରଖିଛନ୍ତି ପୁରୀ ଏସପି । ଗତ କିଛି ଦିନ ତଳେ ପୁରୀ ଟାଉନ ଥାନାରେ ଏସପି ଡଃ କନୱର ବିଶାଳ ସିଂଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା ଏହି ଯୁବଶକ୍ତି କାର୍ଯ୍ୟକ୍ରମ । ଅତିରିକ୍ତ ଏସପି, ସିଟି ଡିଏସପି, ସମସ୍ତ ଥାନା ଅଧିକାରୀଙ୍କ ସହ ଯୁବଶକ୍ତିର ସଦସ୍ୟ, ସାତ ସାହିର ମୁରବି ଓ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details