ପୁରୀ: ଅସ୍ତରଙ୍ଗ ଆଳସାହି ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତର ଗିରଫ ଦାବିରେ ଆଳସାହି ଛକରେ ରାସ୍ତା ଅବରୋଧ କରିଥିଲେ ଗତକାଲି ସ୍ଥାନୀୟ ବାସିନ୍ଦା । ଅଭିଯୁକ୍ତର ତୁରନ୍ତ ଗିରଫ ଦାବି ନେଇ ଏହି ରାସ୍ତାରୋକ ହୋଇଥିଲା । ତେବେ ପୋଲିସର ବୁଝାସୁଝା ପରେ ଆନ୍ଦୋଳନରୁ ଓହରିଥିଲେ ଲୋକେ । ପୁରୀ ଏସପି କହିଥିଲେ ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି ଓ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ । ତେବେ ଘଟଣାକୁ 2ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ପାଖରେ ପହଞ୍ଚି ପାରିନାହିଁ ।
ତେବେ ଏହି ମାମଲାର ଅଭିଯୁକ୍ତଙ୍କୁ ଧରିବା ପାଇଁ 2ଟି ଟିମ ଗଠନ କରାଯାଇଥିବା ଆଜି ଏସପି କହିଛନ୍ତି । ପୋଲିସ ଚଢାଉ ଜାରି ରଖିଛି । ହତ୍ୟାକାଣ୍ଡରେ 4ରୁ 5ଜଣ ଅଭିଯୁକ୍ତ ଥିବା ପୋଲିସକୁ ସୁରାକ ମିଳିଥିବା କହିଛନ୍ତି ଏସପି । ତେବେ ମୁଖ୍ୟ ଅଭିଯୁକ୍ତ ଧରାପଡିଲେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ଏସପି ଉମା ଶଙ୍କର ଦାସ ।