ଓଡିଶା

odisha

ETV Bharat / state

ଆକ୍ସନମୁଡରେ ପୁରୀ ପୋଲିସ, ଅମାନିଆ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ - ପୁରୀ ପୋଲିସ ପକ୍ଷରୁ ଡ୍ରିଙ୍କ ଆଣ୍ଡ ଡ୍ରାଇଭ

ଅମାନିଆଙ୍କୁ ବାଇକ ଚାଳକଙ୍କୁ ସାବାଡ କରିବା ପାଇଁ ଆକ୍ସନମୁଡରେ ପୁରୀ ପୋଲିସ । ପ୍ରଚଣ୍ଡ ଶବ୍ଦ କରି ବେପରୁଆ ଗାଡି ଚାଳକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ଆକ୍ସନମୁଡରେ ପୁରୀ ପୋଲିସ , ପ୍ରଚଣ୍ଡ ଶବ୍ଦ କରି ବେପରୁଆ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ଆକ୍ସନମୁଡରେ ପୁରୀ ପୋଲିସ , ପ୍ରଚଣ୍ଡ ଶବ୍ଦ କରି ବେପରୁଆ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

By ETV Bharat Odisha Team

Published : Sep 23, 2023, 9:20 AM IST

ଆକ୍ସନମୁଡରେ ପୁରୀ ପୋଲିସ , ପ୍ରଚଣ୍ଡ ଶବ୍ଦ କରି ବେପରୁଆ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ପୁରୀ: ଅମାନିଆଙ୍କୁ ବାଇକ ଚାଳକଙ୍କୁ ସାବାଡ କରିବା ପାଇଁ ଆକ୍ସନମୁଡରେ ପୁରୀ ପୋଲିସ । ପୁରୀ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ । ସହରରେ ପ୍ରଚଣ୍ଡ ଶବ୍ଦ କରି ବେପରୁଆ ଭାବେ ବାଇକ୍ ଚଳାଉଥିବା ଚାଳକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ପୋଲିସ । ସହରର ବିଭିନ୍ନ ସ୍ଥାନରେ ବିକଟାଳ ଶବ୍ଦ କରି ବେପରୁଆ ଭାବେ ଗାଡି ଚାଳକଙ୍କ ଠାରୁ ୯ଟି ବାଇକ୍ ଜବତ କରିଛି ପୋଲିସ । ଶବ୍ଦ ପ୍ରଦୂଷଣ ଏବଂ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ପୁରୀ ପୋଲିସ ବାଇକ୍ ଚାଳକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମୋଟ ୯ଟି ଗାଡି ଜବତ କରିବା ସହ ଗାଡି ଗୁଡିକରୁ ବିକୃତ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସରକୁ କାଢ଼ିଛି ପୋଲିସ l

ବର୍ତ୍ତମାନ ଗଣେଶ ପୂଜାର ମାହୋଲ ଚାଲିଥିବା ବେଳେ ସହରରେ ଗହଳିଚହଳି ଲାଗି ରହିଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି l ଏହି ସ୍ପେଶାଲ ଡ୍ରାଇଭ ଆଗାମୀ ଦିନରେ ଜାରି ରହିବା ସହ ପ୍ରଚଣ୍ଡ ଶବ୍ଦ ସୃଷ୍ଟି କରି ବେପରୁଆ ଗାଡି ଚାଳନା,ଏବଂ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡା ନଜର ରଖିଛି ପୁରୀ ପୋଲିସ l

ଏହା ମଧ୍ୟ ପଢନ୍ତୁ...ଟ୍ରାଫିକ ନିୟମକୁ ଫୁ କରି ରିଲ୍ସ କରୁଥିଲେ ଯୁବକ, ଭିଡିଓ ଭାଇରାଲ ପରେ ଗଣିଲେ ତଣ୍ଡ

ଗତ ୩ ମାସ ସୁଦ୍ଧା ପୁରୀ ପୋଲିସ ପକ୍ଷରୁ ଡ୍ରିଙ୍କ ଆଣ୍ଡ ଡ୍ରାଇଭରେ ୮ଟି ମାମଲା ରୁଜୁ କରାଯାଇଛି । ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ନୋ ପାର୍କିଙ୍ଗ, ବିନା ହେଲାମେଟରେ ଗାଡି ଚାଲାଣ, ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର ଏବଂ ଟ୍ରାଫିକ ନିୟମ ଅବମାନନା କରିବା ଅଭିଯୋଗରେ ପୋଲିସ ପକ୍ଷରୁ ୩ ହଜାର ୧୩୧ଟି ମାମଲା ରୁଜୁ କରାଯାଇ ୧୬ଲକ୍ଷ ୧୫ହଜାର ୫୦୦ଟଙ୍କା ଫାଇନ୍ ଆଦାୟ କରାଯାଇଥିବା ପୁରୀ ସିଟି ଡିଏସ୍ପି ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି l

ସେପଟେ ପୁରୀ ପୋଲିସ୍ ଏଭଳି କାର୍ଯ୍ୟନୁଷ୍ଠାନକୁ ବୁଦ୍ଧିଜୀବୀ ସ୍ଵାଗତ କରିଛନ୍ତି । କିଛି ଅମାନିଆଙ୍କ ପାଇଁ ଶବ୍ଦ ପ୍ରଦୂଷଣ ଯୋଗୁ ଛୋଟ ପିଲା, ବୟସ୍କ ବ୍ୟକ୍ତି, ରୋଗୀମାନେ ବେଶ୍ କଷ୍ଟ ଭୋଗୁଛନ୍ତି । ତେବେ ପୋଲିସ କେବଳ ଲୋକ ଦେଖାଣିଆ ଭାବେ କାର୍ଯ୍ୟନୁଷ୍ଠାନ ନ ନେଇ, ନିୟମିତ ବ୍ୟବଧାନରେ ଅମାନିଆ ବାଇକ୍ ଚାଳକଙ୍କଉପରେ କାର୍ଯ୍ୟନୁଷ୍ଠାନ ନେଲେ ହିଁ ଏହାକୁ ରୋକିହେବ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି ।

ଇଟିଭି ଭାରତ,ପୁରୀ

ABOUT THE AUTHOR

...view details