ପୁରୀ: ଆଗକୁ ରହିଛି ପିପିଲି ଉପନିର୍ବାଚନ । ପୁରୀ ପୋଲିସ ପକ୍ଷରୁ ଅପରାଧି ଦମନ ଅଭିଯାନ । ଅସାମାଜିକ ବ୍ୟକ୍ତି ଓ ଅପରାଧୀଙ୍କ ଉପରେ କଡା ନଜର ରଖିଛି ପୁରୀ ପୋଲିସ । ପୁରୀ ଏସପି କେ ବିଶାଳ ସିଂଙ୍କ ନିର୍ଦ୍ଦେଶ କ୍ରମେ ପିପିଲି, ଡେଲାଙ୍ଗ, ବଳଙ୍ଗା ଓ ସତ୍ୟବାଦୀ ଥାନା ପକ୍ଷରୁ ଅପରାଧି ଦମନ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ପେଷାଦାର ଅପରାଧୀଙ୍କୁ ଗିରଫ କରାଯାଇଛି।
ପିପିଲି ଉପନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୋଲିସ, ସ୍କାନରରେ ପେସାଦାର ଦାଗି - puri police action
ପିପିଲି ଉପନିର୍ବାଚନକୁ ନଜରରେ ରଖି ଆକ୍ସନ ମୋଡରେ ପୁରୀ ପୋଲିସ । ଅଧିକ ପଢନ୍ତୁ...
![ପିପିଲି ଉପନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୋଲିସ, ସ୍କାନରରେ ପେସାଦାର ଦାଗି ପିପିଲି ଉପନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୋଲିସ, ସ୍କାନରରେ ପେସାଦାର ଦାଗି](https://etvbharatimages.akamaized.net/etvbharat/prod-images/768-512-11217782-thumbnail-3x2-puri.jpg)
ପୁରୀ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମୋଟ 504 ଜଣକ ନାମରେ 107 ଦଫାରେ ମାମଲା କରାଯାଇଛି। ସେହିପରି 25 ଜଣ ଅପରାଧିଙ୍କୁ 110 ଦଫାରେ ଗିରଫ କରାଯାଇଛି। 73 ଜଣଙ୍କ ନାଁ ଜାମିନ ବିହୀନ ୱାରେଣ୍ଟ କରାଯାଇ ଥିବାବେଳେ 35 ଜଣଙ୍କ ନାମରେ ମୋକଦ୍ଦମା ରୁଜୁ କରାଯାଇଛି। ବିପୁଳ ପରିମାଣର ମାରଣାସ୍ତ୍ର ବୋମା , ଖଣ୍ଡା ଆଦି ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି। ପୁରୀ ପୋଲିସ ପକ୍ଷରୁ ପିପିଲି ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରବେଶ ପଥରେ ପୋଲିସ ମୁତୟନ କରାଯାଇ କଡାକଡି ଯାଞ୍ଚ କରାଯାଉଛି।। ଅସନ୍ତା 17 ତାରିଖରେ ପିପିଲିରେ ଉପ ନିର୍ବାଚନ ହେବା ପର୍ଯ୍ୟନ୍ତ ଅପରାଧି ଦମନ ଅଭିଯାନ ଜୋରଦାର କରାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ