ପୁରୀ : ପୁରୀ ସହରର ବ୍ରାଉନସୁଗାର ବେପାର କରୁଥିବା ୭ ଜଣ ବେପାରୀଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବିରଞ୍ଚି ମହାପାତ୍ର, ସଂଗ୍ରାମ କେଶରୀ ଦାସ, ହୃଷିକେଶ ଭୋଇ, ରାକେଶ ସାହୁ, ବାପି ମୁଦୁଲି, ବିକାଶ ମହାନ୍ତି, କାର୍ତ୍ତିକ ପ୍ରଧାନ ।
ପୁରୀରୁ ୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, 7 ବେପାରୀ ଗିରଫ - Puri brown sugar traders arrested
ପୁରୀ ସହରର ବ୍ରାଉନସୁଗାର ବେପାର କରୁଥିବା ୭ ଜଣ ବେପାରୀଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ବିରଞ୍ଚି ମହାପାତ୍ର, ସଂଗ୍ରାମ କେଶରୀ ଦାସ, ହୃଷିକେଶ ଭୋଇ, ରାକେଶ ସାହୁ, ବାପି ମୁଦୁଲି, ବିକାଶ ମହାନ୍ତି, କାର୍ତ୍ତିକ ପ୍ରଧାନ । ଅଧିକ ପଢନ୍ତୁ...
ପୁରୀରେ ୨ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ବେପାରୀ ଗିରଫ
ଏମାନଙ୍କ ଠାରୁ ପୋଲିସ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାବେଳେ ବଜାରରେ ଏହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ବୋଲି ପୋଲିସ ସୂଚନା ଦେଇଛି । ଏଥିସହିତ ନଗଦ ୪ ହଜାର ଟଙ୍କା ଏବଂ ଏକ ବାଇକ ମଧ୍ୟ ଜବତ କରିଛି ପୋଲିସ ।
ଗତକିଛି ଦିନ ହେବ ପୁରୀରେ ନିଶା କାରବାର ବଢ଼ି ଚାଲିଥିବାବେଳେ ପୁରୀ ପୋଲିସ ପକ୍ଷରୁ ପୁରୀକୁ ନିଶାମୁକ୍ତ କରିବା ପାଇଁ ବିଭିନ୍ନ ଟିମ୍ ଗଠନ ହୋଇ ବିଭିନ୍ନ ଜାଗାରେ ଚଢ଼ାଉ ହେଉଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ