ପୁରୀ: କୋରୋନା ମହାମାରୀର ମୁକାବିଲା କରିବା ପାଇଁ ଦେଶଵ୍ୟାପୀ ଲକଡାଉନ ଜାରି ରହିଛି । ପୁରୀରେ ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ପୁରୀ ସହରର ପ୍ରମୁଖ ଡାକ୍ତରଖାନା ଛକରେ ପୁଲିସ ବାହୀନି ପକ୍ଷରୁ ଘରୁ ବାହାରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନ କରାଯାଉଛି ।
ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ମାସ୍କ ବ୍ୟବହାର କରିବା ପାଇଁ ସଚେତନ କରାଯାଉଛି । ସାଇକେଲ୍ ଓ ବାଇକ୍ ଆରୋହୀଙ୍କୁ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ସମ୍ପର୍କରେ ସଚେତନ କରାଯାଉଛି । ଲକଡାଉନ୍ ଆରମ୍ଭ ହେବା ଦିନଠାରୁ ପୁରୀ ସହରବାସୀ ମାସ୍କ ବ୍ୟବହାର ସମ୍ପର୍କରେ ବେଶ ସଚେତନ ଅଛନ୍ତି । 99 ପ୍ରତିଶତ ଲୋକେ ଘରୁ ବାହାରିବା ସମୟରେ ମାସ୍କ ଓ ରୁମାଲ୍ ବ୍ୟବହାର କରୁଛନ୍ତି । ଏକ ପ୍ରତିଶତ ଲୋକ ବିନା ମାସ୍କରେ ଘରୁ ବାହାରୁ ଛନ୍ତି । ଅନ୍ୟପଟେ ବିନା କାରଣରେ ଘରୁ ବାହାରୁଥିବା ଲୋକଙ୍କ ଉପରେ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।