ପୁରୀ: ଗାଡି ଲୁଟେରା ଗ୍ୟାଙ୍ଗ ଗିରଫ । ପୁରୀ ସହର ତଥା ଉପକଣ୍ଠ ଅଞ୍ଚଳରେ ଗାଡି ଚୋରି କରୁଥିବା ଏକ ବଡ଼ ଗ୍ୟାଙ୍ଗକୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଏମାନଙ୍କ ନିକଟ ରୁ ଏକ କାର , ଏକ ଅଟୋ ଓ 17 ଟି ବାଇକ ଜବତ କରିଛି ପୁରୀ ପୋଲିସ। ଏଥି ସହିତ 5 ଜଣ ଙ୍କୁ ପୋଲିସ ଗିରଫ କରିଛି।
ଗାଡି ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ପୁରୀ ପୋଲିସ - Puri police arrested the car theft gang
ପୁରୀ ସହର ତଥା ଉପକଣ୍ଠ ଅଞ୍ଚଳରେ ଗାଡି ଚୋରି କରୁଥିବା ଏକ ବଡ଼ ଗ୍ୟାଙ୍ଗକୁ ପୋଲିସ ଧରିବାରେ ସକ୍ଷମ ହୋଇଛି ପୁରୀ ପୋଲିସ। ସେମାନଙ୍କ ନିକଟରୁ ଏକ କାର, ଅଟୋ ଓ 17 ଟି ବାଇକ ଜବତ କରିବା ସହ 5 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...
ସୂଚନା ଅନୁଯାୟୀ ପୁରୀ ତାଳବଣିଆ ଥାନା ସର୍ବୋଦୟ ନଗରରେ ରହୁଥିବା ସରୋଜ ପ୍ରଧାନଙ୍କ ଏକ କାର ତାଙ୍କ ଘରୁ କେହି ଦୁର୍ବୁତ୍ତ ରାତିରେ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ତଦନ୍ତ କରି ପୁରୀ କୁମ୍ଭାରପଡ଼ାର ନାରାୟଣ ବେହେରାଙ୍କୁ ପୋଲିସ ଗିରଫ କରି ଚୋରି କାର ଜବତ କରିଛି। ସେହିପରି ତାଳବଣିଆ ଥାନାରେ ଏକ ବାଇକ ଚୋରି ମାମଲାର ତଦନ୍ତ କରି ପୋଲିସ ବ୍ରହ୍ମଗିରିର ଆସିକ ଖାଁ କୁ ଗିରଫ କରିଥିଲା। ତେବେ ଆସିକ ଠାରୁ 17 ଟି ଚୋରି ବାଇକ ଜବତ କରିଛି ପୋଲିସ। ଆସିକ ଖାଁ ଚୋରା ବାଇକବିକ୍ରି କରି ଥିବା ତିନି ଜଣ ବ୍ୟକ୍ତିଙ୍କ ସମେତ ଏହି ମାମଲାରେ 4 ଜଣଙ୍କୁ ଗିରଫ କରାଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ