ପୁରୀ: ପୁରୀ ସହରରେ ଚୋରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ସୁଯୋଗ ମିଳିଲେ କଳାକନା ବୁଲାଇ ଚମ୍ପଟ ମାରୁଛନ୍ତି ଲୁଟେରା । ଲକଡାଉନ ସମୟରେ ପୁରୀ ଲୋକନାଥରୋଡ଼ରେ ଥିବା ଗଦାଧର ହାଇସ୍କୁଲରୁ14ଟି ସିଲିଂ ଫଙ୍ଖା ଚୋରି ଘଟଣାରେ ବାସେଳୀ ସାହି ଥାନା ପୋଲିସ 8 ଜଣଙ୍କୁ ଗିରଫ କରିଛି ।
ପୋଲିସର ସୂଚନା ଅନୁଯାୟୀ ପୁରୀ ସହର ବାରବାଟୀ ନୂଆ ସାହିର ରାଜ କିଶୋର ବେହେରା ଓ ତାର ଅନ୍ୟ ସାଥି ବିଶ୍ବଜିତ ମହାପାତ୍ର, ସତ୍ୟ ନାରାୟଣ ସାମନ୍ତରାୟ, ମଙ୍ଗୁଳି ବାରିକ, ଅଶୋକ ସାହୁ, ସୁଜିତ ଦାସ, ଭୀମସେନ ବେହେରା ଓ ସରୋଜ ସାହୁଙ୍କୁ ଚୋରି ଅଭିଯୋଗରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।