ଓଡିଶା

odisha

ପୁରୀରୁ 4 ଅପରାଧି ଗିରଫ, ଲୋକଙ୍କ ହଜାଇଥିଲେ ନିଦ

By

Published : Nov 5, 2020, 11:47 AM IST

ପୁରୀରେ ଅପରାଧିକ କାଣ୍ଡ ଘଟାଇ ଲୋକଙ୍କ ନିଦ ଉଡାଇ ଦେଇଥିଲେ ଅପରାଧୀ । ସେମାନଙ୍କୁ କାବୁ କରିବାକୁ ପୋଲିସ ଉଦ୍ୟମ ଜାରି ରଖିଥିଲା । ତେବେ ଗୁରୁବାର ପୃଥକ ପୃଥକ ଅପରାଧିକ ମାମଲାରେ 4ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅଧିକ ପଢନ୍ତୁ...

ପୁରୀରେ ପୃଥକ ପୃଥକ ଅପରାଧିକ ମାମଲାରେ 4 ଗିରଫ
ପୁରୀରେ ପୃଥକ ପୃଥକ ଅପରାଧିକ ମାମଲାରେ 4 ଗିରଫ

ପୁରୀ: ପୁରୀ ଜିଲ୍ଲାରେ ବଢୁଛି ଅପରାଧୀଙ୍କ ଆତଙ୍କ । ସେମାନଙ୍କୁ ଧରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା । ଗୁରୁବାର ଭିନ୍ନ ଭିନ୍ନ ଅପରାଧିକ କାର୍ଯ୍ୟରେ 4ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁରୀ ପୋଲିସ ।

ପୁରୀରେ ପୃଥକ ପୃଥକ ଅପରାଧିକ ମାମଲାରେ 4 ଗିରଫ

ସୂଚନାଅନୁସାରେ, ଚନ୍ଦନପୁର ଆର ଆଇ ଅଫିସ ଭଙ୍ଗାରୁଜା ଓ କର୍ମଚାରୀଙ୍କୁ ଧମକ ଚମକ ଦେବା ଅଭିଯୋଗରେ ନକୁଆପଡାର ଲକ୍ଷ୍ମୀଧର ପାତ୍ରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ଚାନ୍ଦା ମାଗି ହତ୍ୟା ଧମକ ଅଭିଯୋଗରେ ଚନ୍ଦନପୁର ପୋଲିସ 2 ଜଣଙ୍କୁ ଗିରଫ କରିଛି । ଉଭୟ ଜଣେ ଗାଡି ଚାଳକଙ୍କୁ ଚାନ୍ଦା ମାଗିବା ଓ ପରେ ଚାନ୍ଦା ନ ଦେବା ହେତୁ ହତ୍ୟା ଧମକ ଦେଇଥିବା ପୋଲିସ ପାଖରେ ଅଭିଯୋଗ ହୋଇଥିଲା।

ଅନ୍ୟପଟେ ବୋମାମାଡ଼ କରି ହତ୍ୟା ଉଦ୍ୟମ ଅଭିଯୋଗରେ ଜିରାକନ୍ଦି ଗ୍ରାମର ଅକ୍ଷୟ ରାଉତକୁ ପୋଲିସ ଗିରଫ କରିଛି । ପ୍ରକାଶ ଥାଉ କି, ଗତ ଅଗଷ୍ଟ 5 ତାରିଖରେ ସେହି ଗ୍ରାମର ରବି ରାଉତଙ୍କ ଘର ଉପରକୁ ବୋମାମାଡ଼ କରିବା ସହ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ ଅକ୍ଷୟ ରାଉତ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details