ପୁରୀ: ଦେଶରେ କୋରୋନା ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦେଖି ମେ' 3ରେ ସରୁଥିବା ଲକଡାଉନକୁ କେନ୍ଦ୍ର ସରକାର ମେ' 17 ଯାଁଏ ବୃଦ୍ଧି କରିଛନ୍ତି । ମାତ୍ର ସରକାରଙ୍କ ଏହି ନିଷ୍ପତିକୁ ପୁରୀବାସୀ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।
ଏହାଦ୍ବାରା ମହାମାରୀ କୋରୋନାକୁ ଅଟକାଇ ହେବ। ସେହିପରି ଦୋକାନ ବଜାର ଗୁଡିକରେ ସାମାଜିକ ଦୂରତା କିଭଳି ବଜାୟ ରହିବ ପୋଲିସ ପ୍ରଶାସନ ଅଧିକ ନଜର ଦେବାକୁ ମତ ପ୍ରକାଶ ପାଇଛି।
ତୃତୀୟ ପର୍ଯ୍ୟାୟରେ ଲକଡାଉନ ମେ' 17 ତାରିଖ ଯାଏ ବଳବତ୍ତର ରହିବ। ତେବେ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ପୁରୀ ସହର ଗ୍ରୀନ ଜୋନରେ ରହିଥିବାରୁ ଜନସାଧାରଣଙ୍କ ପାଇଁ ନିୟମ କିଛି କୋହଳ ରହିବ।