ଓଡିଶା

odisha

ETV Bharat / state

ଶ୍ରୀକ୍ଷେତ୍ରବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଆଜିଠୁ ବିନା ଧାଡିରେ ଶ୍ରୀମନ୍ଦିରରେ ପ୍ରବେଶ - puri people may enter in temple

ଆଜିଠୁ ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ସ୍ବତନ୍ତ୍ର ବ୍ୟବସ୍ଥା। ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଦେଇ ପୁରୀ ସହରବାସୀ ଆଜିଠାରୁ ଶ୍ରୀମନ୍ଦିର ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଅଧିକ ପଢନ୍ତୁ...

ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଆଜିଠୁ ବିନା ଧାଡିରେ ଶ୍ରୀମନ୍ଦିରରେ ପ୍ରବେଶ
ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଆଜିଠୁ ବିନା ଧାଡିରେ ଶ୍ରୀମନ୍ଦିରରେ ପ୍ରବେଶ

By

Published : Nov 1, 2021, 9:51 AM IST

Updated : Nov 1, 2021, 10:10 AM IST

ପୁରୀ: ଆଜିଠୁ ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ସ୍ବତନ୍ତ୍ର ବ୍ୟବସ୍ଥା । ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଦେଇ ପୁରୀ ସହରବାସୀ ଶ୍ରୀମନ୍ଦିର ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଏଥିପାଇଁ ପୁରୀ ସହର ବାସିନ୍ଦା ନିଜର ଆଧାର କାର୍ଡ , କୋଭିଡ ଡବଲ ଡୋଜ ଟିକା ସାର୍ଟିଫିକେଟ ଅବା କୋଭିଡ ନେଗେଟିଭ ଆରଟିପିସିଆର ରିପୋର୍ଟ ଦେଖାଇ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରିବେ । ତେବେ ଏହି ବ୍ୟବସ୍ଥାକୁ ପୁରୀ ସହରବାସୀ ସ୍ବାଗତ କରିଛନ୍ତି ।

ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଆଜିଠୁ ବିନା ଧାଡିରେ ଶ୍ରୀମନ୍ଦିରରେ ପ୍ରବେଶ

ପୂର୍ବରୁ ପୁରୀବାସୀ ବାହାରୁ ଆସୁଥିବା ଭକ୍ତଙ୍କ ସହ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଦର୍ଶନ ପାଇଁ ମନ୍ଦିରରେ ପ୍ରବେଶ କରୁଥିଲେ । ଏଥିପାଇଁ ବହୁ ବିଳମ୍ବ ହେଉଥିଲା । ସେହିପରି ମହାପ୍ରାସାଦ ଟିକେ ଆଣିବାକୁ ଦୀର୍ଘ ସମୟ ଲାଗୁଥିଲା । ପୁରୀରେ ଥିବା ବୟସ୍କ ଲୋକମାନେ ଲମ୍ଭା ଲାଇନରେ ଠିଆ ହୋଇ ମଧ୍ୟ ଶ୍ରୀମନ୍ଦିରକୁ ଯାଇ ପାରୁ ନଥିଲେ । ଯଦ୍ବାରା ପୁରୀରେ ତୀଵ୍ର ଅସନ୍ତୋଷ ଦେଖାଦେଇଥିଲା । ତେବେ ଏନେଇ ବିଭିନ୍ନ ସଙ୍ଗଠନ ଜିଲ୍ଲାପାଳଙ୍କୁ ଏହି ସମସ୍ୟା ସମାଧାନ ପୂର୍ବକ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବା ପାଇଁ ଦାବି କରି ଆସିଥିଲେ । ଏହାକୁ ପ୍ରଶାସନ ପକ୍ଷରୁ ବିଚାର କରାଯାଇ ଆଜିଠାରୁ କେବଳ ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଖୋଲା ଯାଇଛି ।

ଏହି ନିଷ୍ପତ୍ତିକୁ ପୁରୀବାସୀ ସ୍ବାଗତ କରିଛନ୍ତି । ଏପଟେ ପୂର୍ବରୁ ଶ୍ରୀମନ୍ଦିରର ସମସ୍ତ ଦ୍ବାର ଯେଭଳି ଖୋଲା ଥିଲା, ସେହି ଅନୁଯାୟୀ ଖୋଲିବାକୁ କିଛି ଲୋକ ମତ ରଖିଛନ୍ତି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 1, 2021, 10:10 AM IST

ABOUT THE AUTHOR

...view details