ଓଡିଶା

odisha

By

Published : Jul 23, 2020, 11:02 PM IST

ETV Bharat / state

9 ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ହେଲା ପୁରୀ ପେଣ୍ଠକଟା ଅଞ୍ଚଳ

ପୁରୀ ସହରର ପେଣ୍ଠକଟା ଅଞ୍ଚଳ ଏବେ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଉକ୍ତ ଅଞ୍ଚଳରୁ 21 ଜଣ କୋରୋନା ପଜିଟିଭ ବାହାରିବା ପରେ ପେଣ୍ଠକଟା ଅଞ୍ଚଳକୁ ସିଲ କରି 9 ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

Puri Pentakata area contenment zone for 9 days
9 ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ହେଲା ପୁରୀ ପେଣ୍ଠକଟା ଅଞ୍ଚଳ

ପୁରୀ: ବିଶ୍ବବ୍ୟାପୀ କୋରୋନାର କୋପ ଜାରି ରହିଥିବା ବେଳେ ପୁରୀ ସହରର ପେଣ୍ଠକଟା ଅଞ୍ଚଳ ଏବେ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଉକ୍ତ ଅଞ୍ଚଳରୁ 21 ଜଣ କୋରୋନା ପଜିଟିଭ ବାହାରିବା ପରେ ପେଣ୍ଠକଟା ଅଞ୍ଚଳକୁ ସିଲ କରି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ଉକ୍ତ ଅଞ୍ଚଳର 24, 25, 31 ଓ 32 ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଅଞ୍ଚଳ କରାଯାଇ କଟକଣା ଜାରି କରାଯାଇଛି । ସେହି ଅଞ୍ଚଳର ଲୋକଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ବଲବନ୍ତ ସିଂ । ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଛି । ଏପରିକି ଉକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ଟିମ ଘର ଘର ବୁଲି ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରିବେ । ଯେଉଁମାନଙ୍କ କୋଭିଡ ଲକ୍ଷଣ ଦେଖାଯିବ ସେମାନଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଟିମକୁ ସହଯୋଗରେ ଚିକିତ୍ସା ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

9 ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ହେଲା ପୁରୀ ପେଣ୍ଠକଟା ଅଞ୍ଚଳ

ସେହିପରି ଯେଉଁମାନଙ୍କ କିଛି ଲକ୍ଷଣ ନାହିଁ ଏହି ସମୟରେ ଘରେ ରହିବାକୁ ଜିଲ୍ଲାପାଳ କହିଛନ୍ତି । ଏହା ଦ୍ୱାରା କୋରୋନା ବ୍ୟାପିବ ନାହିଁ । ଆସନ୍ତା 24ରୁ ଅଗଷ୍ଟ 3 ତାରିଖ ଯାଏଁ ଦୀର୍ଘ 9 ଦିନ ଧରି ଏହି ଅଞ୍ଚଳ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ରହିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details