ପୁରୀ:ପୁରୀ ସହିତ ଶ୍ରୀଜଗନ୍ନାଥ ନାମ ଯୋଡିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ଦାବି ପତ୍ର ପ୍ରଦାନ କରିଛି ଶ୍ରୀଜଗନ୍ନାଥ ସେନା ।
ପୁରୀର ନାମ ଶ୍ରୀଜଗନ୍ନାଥ ପୁରୀ ଅବା ଶ୍ରୀଜଗନ୍ନାଥ ଧାମ ପୁରୀ ରଖିବା ନେଇ ପୁରୀ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବିଜେଡି ସଂଗଠନ ମୁଖ୍ୟ ପ୍ରଣବ ପ୍ରକାଶ ଦାସଙ୍କୁ ଏକ ଦାବି ପତ୍ର ଦିଆଯାଇଛି। ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ପଦକ୍ଷେପ ନେବାକୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ପ୍ରଣବ ପ୍ରକାଶ ଦାସ ଦାବି ପତ୍ରକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି। ପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ଆରାଧ୍ୟ ଦେବତା। ମହାପ୍ରଭୁଙ୍କ ଧାମକୁ ପୁରୀ ସହିତ ଶ୍ରୀଜଗନ୍ନାଥ ଯୋଡିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସେ ଜଣାଇବେ ବୋଲି କହିଛନ୍ତି ବିଜେଡି ସାଂଗଠନିକ ମୁଖ୍ୟ ।