ଓଡିଶା

odisha

ETV Bharat / state

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୁରୀ ପୌରପାଳିକାର ICDS ଗିରଫ - Puri municipal ICDS arrest

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୁରୀ ପୌରପାଳିକାର ICDS କିରାଣି କୃଷ୍ଣଚନ୍ଦ୍ର ଜେନାଙ୍କୁ ଗିରଫ କଲା ଭିଜିଲାନ୍ସ । କୃଷ୍ଣଚନ୍ଦ୍ରଙ୍କ ୧.୫୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇଛି। ଅଧିକ ପଢନ୍ତୁ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୁରୀ ପୌରପାଳିକାର ICDS ଗିରଫ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୁରୀ ପୌରପାଳିକାର ICDS ଗିରଫ

By

Published : Aug 11, 2021, 10:33 PM IST

ପୁରୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୁରୀ ପୌରପାଳିକାର ICDS କିରାଣି କୃଷ୍ଣଚନ୍ଦ୍ର ଜେନାଙ୍କୁ ଗିରଫ କରିଛ ଭିଜିଲାନ୍ସ। କୃଷ୍ଣଚନ୍ଦ୍ରଙ୍କ ୧.୫୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇଛି। ଅଗଷ୍ଟ ୨୪ ଯାଏଁ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି କୃଷ୍ଣଚନ୍ଦ୍ର । ସେ ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ଥିଲେ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୁରୀ ପୌରପାଳିକାର ICDS ଗିରଫ

ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ରେଡ ହୋଇଥିଲା। ପୁରୀରେ କୃଷ୍ଣଚନ୍ଦ୍ର ଜେନାଙ୍କ ଶ୍ରୀ ଗୁଣ୍ଡିଚା ବିହାର ଘର, ବ୍ରହ୍ମଗିରି ପୈତୃକ ବାସଭବନ ଏବଂ ଭୁବନେଶ୍ୱରର ନୂଆ ଗାଁରେ ଥିବା ୩ ମହଲା କୋଠାରେ ରେଡ୍ କରାଯାଇଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୁରୀ ପୌରପାଳିକାର ICDS ଗିରଫ

ପୁରୀ ଭିଜିଲାନ୍ସ ମିଳିତ ଚଢାଉ କରିଥିଲେ । ତିନୋଟି ଟିମ ଦ୍ବାରା ସକାଳୁ ଚଢାଉ ଜାରି ହୋଇଥିଲା। ଛତୁଆ ଦୁର୍ନୀତି ଅଭିଯୋଗ ତାଙ୍କ ବିରୋଧରେ ମଧ୍ୟ ଆସିଥିଲା। ତା’ସହ ଶିଶୁ ବିକାଶ କାର୍ଯ୍ୟରେ ଆସୁଥିବା ଅନେକ ଯୋଜନାର ଟଙ୍କା ହେରଫେର କରି ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details