ଓଡିଶା

odisha

By

Published : Mar 10, 2020, 1:00 PM IST

Updated : Mar 10, 2020, 2:45 PM IST

ETV Bharat / state

ପୁରୀ ବିଧାୟକଙ୍କ ମୃଦଙ୍ଗ ବାଦନ, ଭିଡିଓ ଭାଇରାଲ

ଦୋଳ ପୂର୍ଣ୍ଣିମା ଅବସରରେ ପୁରୀର ବାନାମ୍ବର ମନ୍ଦିର ନିକଟରେ ଆୟୋଜିତ ଦୋଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ମୃଦଙ୍ଗବାଦକ ସାଜିଥିଲେ ପୁରୀ ବିଧାୟକ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ପୁରୀ: ବିଧାୟକଙ୍କ ମୃଦଙ୍ଗ ବାଦନକୁ ନେଇ ଚର୍ଚ୍ଚା । ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୃଦଙ୍ଗ ବାଦନ କରି ନିଜର କଳାଚାତୁରୀ ପ୍ରଦର୍ଶନ କରିଛନ୍ତି । ଦୋଳ ପୂର୍ଣ୍ଣିମା ଅବସରରେ ପୁରୀର ବାନାମ୍ବର ମନ୍ଦିର ନିକଟରେ ଆୟୋଜିତ ଦୋଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ମୃଦଙ୍ଗବାଦକ ସାଜିଥିଲେ ।

ପୁରୀ ବିଧାୟକଙ୍କ ମୃଦଙ୍ଗ ବାଦନ

ବିଧାୟକଙ୍କ ବାଦ୍ୟନ ଶୈଳୀ ଓ କଳା, ଚାତୁରୀ ସମସ୍ତଙ୍କ ମନ ଛୁଇଁଥିଲା । ନିଜ ଭିତରେ ଲୁଚି ଥିବା ବାଦ୍ୟ କଳା ପରିବେଷଣ କରିଛନ୍ତି ବିଧାୟକ । ମୃଦଙ୍ଗ ପାଖରେ ବସି ତାଳ ଦେବା ସହ ଉଚ୍ଚ କୋଟିର ମୃଦଙ୍ଗ ବାଦନ କରିଥିଲେ ସେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 10, 2020, 2:45 PM IST

ABOUT THE AUTHOR

...view details