ଓଡିଶା

odisha

By

Published : Feb 17, 2023, 10:34 AM IST

ETV Bharat / state

ରାତିପାହିଲେ ଜାଗର, ବାବା ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହେଲା ବୃହତ ଦୀପ

ପୁରୀର ପ୍ରସିଦ୍ଧ ଶୈବପୀଠ ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହେଲା ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ । ଜାଗରଯାତ୍ରା ଅବସରରେ ରାତ୍ର ୧୨.୩୦ରୁ ଦ୍ୱାର ଫିଟା ସହ ନୀତିକାନ୍ତି ଅନୁଷ୍ଠିତ ହେବ । ଲୋକନାଥଙ୍କ ପୀଠରେ ଭୋର ୪ ଟାରେ ମହାଦୀପ ଉଠିବ । ଅଧିକ ପଢ଼ନ୍ତୁ

ଲୋକନାଥଙ୍କ ପୀଠରେ ଶେଷ ହେଲା ପଙ୍କୋଦ୍ଧାର ଏକାଦଶୀ ନୀତିକାନ୍ତି
ଲୋକନାଥଙ୍କ ପୀଠରେ ଶେଷ ହେଲା ପଙ୍କୋଦ୍ଧାର ଏକାଦଶୀ ନୀତିକାନ୍ତି

ଲୋକନାଥଙ୍କ ପୀଠରେ ଶେଷ ହେଲା ପଙ୍କୋଦ୍ଧାର ଏକାଦଶୀ ନୀତିକାନ୍ତି

ପୁରୀ: ରାତି ପାହିଲେ ମହାଶିବରାତ୍ରୀ । ମହାଶିବରାତ୍ରୀକୁ ନେଇ ଚଳଚଞ୍ଚଳ ପୁରୀର ପ୍ରସିଦ୍ଧ ଶୈବପୀଠ ଲୋକନାଥଙ୍କ ପୀଠ । ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହୋଇଛି ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ । ମହାଶିବରାତ୍ରୀର ଅବ୍ୟବହିତ ପୂର୍ବରୁ ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ଲୋକନାଥଙ୍କ ପୀଠ ପାର୍ବତୀସାଗର ନିକଟରେ ପ୍ରଜ୍ବଳିତ ହୋଇଛି ବୃହତ ଏକାଦଶତମ ଜଗତ ମଙ୍ଗଳ ଜାଗର ଦୀପ ।

ଗୁରୁବାର ସଂନ୍ଧ୍ୟାରେ ଶ୍ରୀ ଲୋକନାଥଙ୍କ ଦୀପ ଆସିବା ପରେ ଏହି ବୃହତ୍ତକାୟ ଦୀପ ପ୍ରଜ୍ବଳିତ ହୋଇଥିଲା । ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବରିଷ୍ଠ ଦଇତାପତି ସେବାୟତ ରାମ ଚନ୍ଦ୍ର ଦାସ ମହାପାତ୍ର, ଉପ ଜିଲ୍ଲାପାଳ ଭବ ତରଣ ସାହୁ ପ୍ରମୁଖ ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୀପକୁ ପ୍ରଜ୍ବଳନ କରିଥିଲେ। ତେବେ ଏହି ଜଗତ ମଙ୍ଗଳ ଜାଗର ଦୀପ ୮ଫୁଟ ଲମ୍ବ, ୬ଫୁଟ ଓସାର ଏବଂ ଦୁଇ ଫୁଟ ଗଭୀର ବିଶିଷ୍ଟ । ଏହି ଦୀପ ଦେଶର ବୃହତ୍ ଦୀପ ମଧ୍ୟରୁ ଅନ୍ୟତମ ।

ତେବେ 19 ତାରିଖ ରବିବାର ପ୍ରତ୍ୟୁଷ ପର୍ଯ୍ୟନ୍ତ ପ୍ରଜ୍ବଳିତ ହେବ ଜଗତ ମଙ୍ଗଳ ଜାଗର ଦୀପ । ତିନି ଦିନ ଧରି ଏହି ଦ୍ଵୀପରେ ପ୍ରାୟ ୪କୁଇଣ୍ଟାଲ ଗୁଆ ଘିଅ ଜଳାଯିବ ବୋଲି ଲୋକନାଥଙ୍କ ପୀଠର ସେବାୟତ ସୂଚନା ଦେଇଛନ୍ତି । ଶ୍ରୀ ଲୋକନାଥଙ୍କ ମହାଦୀପ ଉଠିବା ପରେ ଏହି ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ । ଜଗତ କଲ୍ୟାଣ ପାଇଁ ଏହି ବୃହତ୍ତ ଜାଗର ଦୀପ ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ କରାଯାଉଥିବା ଉଦ୍ୟୋକ୍ତା ରାମକୃଷ୍ଣ ହୋତା ସୂଚନା ଦେଇଛନ୍ତି ।

ପୁରୀ ଶ୍ରୀଲୋକନାଥ ଦେବଙ୍କ ପୀଠରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହୋଇଛି । ନୀତି ନିର୍ଘଣ୍ଟ ଅନୁସାରେ ବୁଧବାର ମଧ୍ୟରାତ୍ରରୁ ମହାପ୍ରଭୁଙ୍କ ନିକଟରେ ଦ୍ୱାରଫିଟା ନୀତି ସହ ଅନ୍ୟାନ୍ୟ ନୀତି ବଢିଥିଲା । ତେବେ ପଙ୍କୋଦ୍ଧାର ଓ ଜାଗର ଅବସରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥାରେ ସାମିଲ ହେବାକୁ ଚାହୁଁଥିବା ଭକ୍ତ ମାନଙ୍କ ପାଇଁ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି । ସେପଟେ ଆସନ୍ତା ୧୮ ତାରିଖ ଶନିବାର ଜାଗର ଯାତ୍ରା ଅବସରରେ ରାତ୍ର ୧୨.୩୦ରୁ ଦ୍ୱାର ଫିଟା ସହ ପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବ । ତା’ ପରେ ଭୋର ୪ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଏହି ଦର୍ଶନ ବ୍ୟବସ୍ଥା ବୁଧବାର ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଚାଲିବା ପରେ ଭୋର ୪ ଟାରେ ମହାଦୀପ ଉଠିବ ।

ଇଟିଭି ଭାରତ,ପୁରୀ

ABOUT THE AUTHOR

...view details