ଓଡିଶା

odisha

ETV Bharat / state

କୋରୋନା କଟକଣା, କ୍ଷୁଦ୍ର ବ୍ୟବସାୟୀ ହତାଶ - puri lock down latest news

କୋରୋନା ଯାଗୁଁ ଦେଶ୍‌ ବର୍ତ୍ତମାନ ଲକ୍‌ ଅବସ୍ଥାରେ । ତେବେ ପୁରୀ ସହରର ଉଠା ଦୋକାନୀଙ୍କ ଚିନ୍ତା କିଭଳି ପରିବାର ପ୍ରତି ପୋଷଣ କରିବେ । ତୁରନ୍ତ ରାଜ୍ୟ ସରକାର କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା ନକଲେ କ୍ଷୁଦ୍ର ବ୍ୟବସାୟୀଙ୍କ ଅବସ୍ଥା ଶୋଚନୀୟ ହୋଇଯିବ ବୋଲି ସେମାନେ କହିଛନ୍ତି ।

puri lock down: small businessman in trouble
କୋରୋନା କଟକଣା, କ୍ଷୁଦ୍ର ବ୍ୟବସାୟୀ ହତାଶ

By

Published : Mar 28, 2020, 2:11 PM IST

Updated : Mar 28, 2020, 4:02 PM IST

ପୁରୀ: ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି। ପୁରୀ ସହରର ମଧ୍ୟ ଲକ୍‌ ଡାଉନ। ତେବେ ଏହି ଲକ୍‌ ଡାଉନ୍‌ ପୁରୀ ସହରରେ ଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ହତାଶ କରି ଦେଇଛି। ଦୈନିକ ରୋଜଗାରରୁ ଘର ପରିବାର ଚଳେ। ତେବେ କୋରୋନା କଟକଣା ସବୁ କିଛି ଓଲଟ ପାଲଟ କରି ଦେଇଛି। ଲକ୍‌ ଡାଉନ୍‌ ପ୍ରକ୍ରିୟା ଏକ ସପ୍ତାହ ହେବାକୁ ବସିଥିବାବେଳେ ବର୍ତ୍ତମାନ ପରିସ୍ଥିତି ଦେଖିଲେ ଏପ୍ରିଲ 15 ପରେ ବି ଲକ୍‌ ଡାଉନ ଜାରି ରହିବ ବୋଲି ଅନୁମାନ କରାଯାଉଛି ।

କୋରୋନା କଟକଣା, କ୍ଷୁଦ୍ର ବ୍ୟବସାୟୀ ହତାଶ

ଏଭଳି ସବୁ କିଛି ବନ୍ଦ ରହିଲେ କିଭଳି ପରିବାର ପ୍ରତି ପୋଷଣ କରିବେ ଉଠା ଦୋକାନୀଙ୍କ ଚିନ୍ତା ବଢି ଯାଇଛି। ଏଭଳି ପରିସ୍ଥିତି ଲାଗି ରହିଲେ ରୋଜଗାର ହରାଇ ହଜାର ହଜାର ଉଠା ଦୋକାନୀ ଙ୍କ ପାଇଁ ହାହାକାର ପରିସ୍ଥିତି ଉପୁଜିବ ବୋଲି ଉଠା ଦୋକାନୀ ସଂଘ କହିଛି। ପୁରୀର ବଡଦାଣ୍ଡ , ସ୍ବର୍ଗ ଦ୍ବାରରେ ଥିବା ଉଠା ଦୋକାନୀଙ୍କ ସଂଖ୍ୟା 4 ହଜାରରୁ ଅଧିକ ହେବ। ତୁରନ୍ତ ସରକାର ଏଥିରେ ହସ୍ତକ୍ଷେପ ନକଲେ ହଜାର ହଜାର ବ୍ୟବସାୟୀ ଓ ତାଙ୍କ ପରିବାରର ଭୋକ ଉପାସରେ ଜୀବନ ଚାଲିଯିବ ବୋଲି କହିଛନ୍ତି।

ତୁରନ୍ତ ରାଜ୍ୟ ସରକାର କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା ନକଲେ କ୍ଷୁଦ୍ର ବ୍ୟବସାୟୀଙ୍କ ଅବସ୍ଥା ଶୋଚନୀୟ ହୋଇ ଯିବ ବୋଲି ପୁରୀର ବଡ ବଜାର କ୍ଷୁଦ୍ର ବ୍ୟବସାୟୀ ସଂଘ ଉପ ସଭାପତି ସୋମନାଥ ନାୟକ ଓ ସଦସ୍ୟ କୃଷ୍ଣ ଚନ୍ଦ୍ର ସାହୁ କହିଛନ୍ତି। ତେବେ ଲକ୍‌ ଡାଉନ୍‌ ପରେ ପୁରୀରେ କ୍ଷୁଦ୍ର ବ୍ୟବସାୟୀଙ୍କ ଅବସ୍ଥା କିଭଳି ରହିଛି ଓ କଣ ତାଙ୍କର ଦାବି ରହିଛି ସେ ନେଇ ଅଧିକ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 28, 2020, 4:02 PM IST

ABOUT THE AUTHOR

...view details