ପୁରୀ: ପୁରୀ କୋଣାର୍କ ରାସ୍ତାର ସିଦ୍ଧମହାବୀର ରେଲୱେ ଫାଟକରେ ଏକ ରେଲୱେ ଓଭରବ୍ରିଜ ନିର୍ମାଣ ନେଇ ସର୍ଭେ ଆରମ୍ଭ ହୋଇଛି । ତେବେ ଏଥିରେ ବିସ୍ଥାପିତ ହେବାକୁ ଥିବା ବ୍ୟବସାୟୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସରକାର କୌଣସି ଥଇଥାନ ବ୍ୟବସ୍ଥା ନକରି ଯେଉଁ ଉଛେଦ ଆରମ୍ଭ ଯୋଜନା କରିଛନ୍ତି ତାକୁ ନେଇ ତୀବ୍ର ପ୍ରତିବାଦର ସ୍ବର ଉଠିଛି ।
ଏହାକୁ ନେଇ ଶହ ଶହ ବ୍ୟବସାୟୀ ପୁରୀ ଜିଲାପାଳଙ୍କ କର୍ଯ୍ୟାଳୟ ଆଗରେ ନିଜର ଦାବି ନେଇ ନାରାବାଜି ଦେଇଥିବା ବେଳେ ଜିଲାପାଳଙ୍କୁ ଏକ ଦାବି ପତ୍ର ଦିଆଯାଇଛି । 3 ଶହ ବ୍ୟବସାୟୀ ରେଲୱେ ଓଭର ବ୍ରିଜ ନିର୍ମାଣ ଯୋଗୁଁ କ୍ଷତିଗ୍ରସ୍ତ ହେଉଛନ୍ତି । ସେପଟେ ଶ୍ରୀମନ୍ଦିର ସୁରକ୍ଷା ଜୋନ ଉଛେଦ ବେଳେ ପ୍ୟାକେଜ ଅନୁଯାୟୀ ଥଇଥାନ କରିବାକୁ ବ୍ୟବସାୟୀ ଦାବି କରିଛନ୍ତି ।