ପୁରୀ: ଆମେରିକାର ମେରିଲାଣ୍ଡରେ ଇସ୍କନ ସମ୍ପ୍ରଦାୟ ତରଫରୁ ଅଦିନିଆ ରଥଯାତ୍ରା କରି ମହାପ୍ରଭଙ୍କୁ ଦାମୀ କାରରେ ବସାଇ ଯେଉଁଭଳି ଭାବରେ ଆୟୋଜନ କରାଗଲା ସେ ନେଇ ବିରୋଧ ବଢ଼ିବାରେ ଲାଗିଛି। ମହାପ୍ରଭୁଙ୍କ ନୀତି, ପରମ୍ପରା ଭଙ୍ଗ ହୋଇ ଥିବା ହେତୁ କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ କରିଛି। ତେଣୁ ଉକ୍ତ ଇସ୍କନ ବିରୋଧରେ ଆଜି ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ସଂଘର ସିଂହ ଦ୍ୱାର ଥାନାରେ ଏତଲା ଦିଆ ଯାଇଛି ।
ବିଦେଶରେ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ପୁରୀରେ ଏତଲା - ରଥଯାତ୍ରା ଆୟୋଜନ
ବିଦେଶରେ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ଏତଲା । ମହାପ୍ରଭୁଙ୍କ ନୀତି, ପରମ୍ପରା ଭଙ୍ଗ ହୋଇଥିବା ହେତୁ କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ କରିଛି। ଅଧିକ ପଢନ୍ତୁ..
ସଂଗଠନ ଆବାହକ ଅନିଲ କୁମାର ସାହୁ, ସଭାପତି ବିଶ୍ୱଜିତ ପ୍ରଧାନ, କର୍ଣ୍ଣବୀର ମହାପାତ୍ର ପ୍ରମୁଖ ଆଇନଜୀବୀ ଉପସ୍ଥିତ ଥିଲେ । ତୁରନ୍ତ ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଂଗଠନ ଦାବି ରଖିଛି। ସେହିପରି ଖୁବ ଶୀଘ୍ର ପୁରୀ ଯୁବ ଅଧିବକ୍ତା ସଙ୍ଘ ପକ୍ଷରୁ ଏ ନେଇ ଭାରତ ସରକାରଙ୍କ ବୈଦେଶିକ ବିଭାଗ ମନ୍ତ୍ରୀଙ୍କ ଆଲୋଚନା କରାଯାଇ ଏହି ଘଟଣା ଅଗାମୀ ଦିନରେ କିଭଳି ରୋକିହେବ ଏବଂ ନିୟମ ଉଲଘଂନ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧ କିଭଳି କାର୍ଯ୍ୟନୁଷ୍ଠାନ ନେଇ ହେବ ସେ ନେଇ ଆଲୋଚନା ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟ ପକ୍ଷରେ ଏହି ଘଟଣା ନେଇ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଖବର ନାହିଁ । ଯଦି ଏଭଳି ଘଟଣା ହୋଇଥିବ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି।
ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ