ଓଡିଶା

odisha

ETV Bharat / state

ଦଶ ମାସ ପରେ ଲାଗିଲା ଡୋରି, କାଳିଆ ଦର୍ଶନ କରି ଭାବ ବିହ୍ବଳ ଭକ୍ତ - puri jagannath temple

ଦୀର୍ଘ 10 ମାସ ପରେ ଶ୍ରୀମନ୍ଦିର କୁ ପ୍ରବେଶ ଅନୁମତି ମିଳିଛି ଭକ୍ତଙ୍କୁ । ଦୀର୍ଘ ଦିନ ଅନ୍ତରରେ ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତ ଭାବ ବିହ୍ଵଳ ହୋଇ ପଡିଛନ୍ତି। ପ୍ରଶାସନର ବ୍ୟବସ୍ଥାକୁ ବେଶ ପ୍ରଶଂସା କରିଛନ୍ତି ଭକ୍ତ। ଏହିଭଳି ଦର୍ଶନ ବ୍ୟବସ୍ଥା ଜାରି ରଖିବାକୁ ଭକ୍ତ ମତ ଦେଇଛନ୍ତି। ସେପଟେ ଗଗନ ପବନରେ ଜଗନ୍ନାଥ ଧ୍ବନି ପ୍ରକମ୍ପିତ ହୋଇଉଠୁଛି ।

ଆଜିଠୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ସର୍ବସାଧାରଣ
ଆଜିଠୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ସର୍ବସାଧାରଣ

By

Published : Jan 3, 2021, 8:33 AM IST

Updated : Jan 3, 2021, 11:34 AM IST

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ସର୍ବସାଧାରଣ । ମହାପ୍ରଭୁଙ୍କ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ଜାରି ହୋଇଥିବା ଏସଓପି ବଳବତ୍ତର ରହିବ। 15 ରୁ 17 ହଜାର ଭକ୍ତଙ୍କୁ ପର୍ଯ୍ୟାୟକ୍ରମେ ମାର୍କେଟ ଛକ ଠାରୁ ହୋଇଥିବା ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ସିଂହ ଦ୍ବାର ଦେଇ ପ୍ରବେଶ କରିବେ ଓ ଉତ୍ତର ଦୁଆର ଦେଇ ପ୍ରସ୍ଥାନ କରିବା ବ୍ୟବସ୍ଥା ହୋଇଛି।

ଦଶ ମାସ ପରେ ଲାଗିଲା ଡୋରି, କାଳିଆ ଦର୍ଶନ କରି ଭାବ ବିହ୍ବଳ ଭକ୍ତ

ଦୀର୍ଘ ଦିନ ଅନ୍ତରରେ ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତ ଭାବ ବିହ୍ଵଳ ହୋଇ ପଡିଛନ୍ତି। ପ୍ରଶାସନର ବ୍ୟବସ୍ଥାକୁ ବେଶ ପ୍ରଶଂସା କରିଛନ୍ତି ଭକ୍ତ। ଏହିଭଳି ଦର୍ଶନ ବ୍ୟବସ୍ଥା ଜାରି ରଖିବାକୁ ଭକ୍ତ ମତ ଦେଇଛନ୍ତି।

ପୁରୀରେ କୋଭିଡ୍ ପରୀକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ସେହିପରି ପୁରୀ ସହରବାସୀଙ୍କ ପାଇଁ ମଧ୍ୟ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଏଥିସହ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଓ ହାତ ସାନିଟାଇଜ୍ କରିବା ବାଧ୍ୟତାମୂଳକ କରାଯାଇଛି।

ଯେଉଁଭଳି ଭାବରେ କିଓସ୍କୋ ମାଧ୍ୟମରେ ଫଟୋଗ୍ରାଫି କରାଯାଉଥିଲା ଠିକ୍ ସେହିପରି ସର୍ବସାଧାରଣଙ୍କ ପାଇଁ ଫଟୋଗ୍ରାଫି ବ୍ୟବସ୍ଥା ଜାରି ରହିବ। ସେପଟେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ପାଇଁ 18 ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ। ଦୁଇଜଣ ଆଡିସନାଲ୍ ଏସପି, 6ଜଣ ଡିଏସପି, 9 ଜଣ ଆଇଆଇସି, 35 ଜଣ ଏସଆଇ ଓ ଏଏସଆଇଙ୍କ ସମେତ ମୁତୟନ ହେବେ 40 ଜଣ ହୋମଗାର୍ଡ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jan 3, 2021, 11:34 AM IST

ABOUT THE AUTHOR

...view details