ଓଡିଶା

odisha

ETV Bharat / state

ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ: ତୃତୀୟ ଭର୍ଚୁଆଲ ମିଟିଂ ଶେଷ - puri jagannath temple

କୋଭିଡ ସମୟରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ଉଚିତ କି ନୁହେଁ । ସେନେଇ ବିଭିନ୍ନ ସେବାୟତ ନିଯୋଗଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ତୃତୀୟ ଦିବସ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ।

puri jagannath temple
ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପ୍ରସ

By

Published : Oct 13, 2020, 6:39 PM IST

ପୁରୀ: ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବା ପ୍ରସଙ୍ଗକୁ ନେଇ ହୋଇଥିବା ତୃତୀୟ ଭର୍ଚୁଆଲ ମିଟିଂ ଶେଷ ହୋଇଛି । କୋଭିଡ ସମୟରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ଉଚିତ କି ନୁହେଁ । ସେନେଇ ବିଭିନ୍ନ ସେବାୟତ ନିଯୋଗଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ତୃତୀୟ ଦିବସ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡକୁ ଦେଖି ଭର୍ଚୁଆଲ ମିଟିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଆଜି(ମଙ୍ଗଳବାର) ଦିନ 1 ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର 6 ଟି ନିଯୋଗର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ସୁଆର ବଡୁ , ପତ୍ରି ବଡୁ , ହଡ଼ପ ନାୟକ , ମେକାପ , ଦତ୍ତ ମହାପାତ୍ର , ବିଡୁଆ , ପନ୍ତି ବଡୁ, ବେହେରା ଏବଂ ପଧାନୀ ନିଯୋଗର କର୍ମକର୍ତ୍ତାଙ୍କ ସହ ଏହି ଆଲୋଚନା ହୋଇଥିଲା।

ସେହିପରି ଶ୍ରୀମନ୍ଦିର ପରିଚଳନା କମିଟିର ସଦସ୍ୟମାନେ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଥିଲେ। ଅସନ୍ତା 16 ତାରିଖ ଯାଏଁ ଏହି ଆଲୋଚନା ବିଚାରବିମର୍ଶ ବିଭିନ୍ନ ନିଯୋଗ ସହ ଚାଲୁରହିବ। ସମସ୍ତ ନିଯୋଗର ମତାମତ ନିଆଗଲା ପରେ ଶ୍ରୀମନ୍ଦିର ପରିଚଳନା କମିଟି ବୈଠକରେ ଏହି ମତାମତ ଆଲୋଚନା ହୋଇ କୋଭିଡ ପରିସ୍ଥିତିରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ କି ନାହିଁ, ସେନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

ପୂର୍ବରୁ ବିଭିନ୍ନ ନିଯୋଗ ପକ୍ଷରୁ କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ମତାମତ ଦିଆଯାଇଛି । ବର୍ତ୍ତମାନ ଶ୍ରୀମନ୍ଦିର 5 ଶହରୁ ଅଧିକ ସେବାୟତ ଓ କର୍ମଚାରୀ କୋଭିଡରେ ଅକ୍ରାନ୍ତ ହୋଇସାରି ଥିବାବେଳେ 15 ରୁ ଅଧିକ ସେବାୟତଙ୍କ ମୃତ୍ୟୁ ମଧ୍ୟ ହୋଇଛି।

ଏଣୁ କାର୍ତ୍ତିକ ମାସରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରକୁ ଖୋଲିଲେ ସେବାୟତଙ୍କ ଭିତରେ କୋଭିଡ ସଂକ୍ରମଣ ବଢିବାର ଅଶଙ୍କା ରହିଛି। ଫଳରେ ମହାପ୍ରଭୁଙ୍କ ନୀତିକାନ୍ତି , ସେବା ପୂଜାରେ ବ୍ୟଘାତ ଅଶଙ୍କା ରହିଛି ବୋଲି ସେବାୟତ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details