ଓଡିଶା

odisha

ETV Bharat / state

ପୁରୀ ହେବ ସ୍ପୋର୍ଟ୍ସ ହବ୍, ଜୋରସୋରରେ ଚାଲିଛି ଜଗନ୍ନାଥ ଷ୍ଟାଡିୟମ କାମ - puri Jagannath Stadium will be a national level stadium

ଶ୍ରୀକ୍ଷେତ୍ରରେ ତ ବର୍ଷସାରା ଜଗନ୍ନାଥ ପ୍ରେମୀଙ୍କ ଭିଡ ଜମିଥାଏ । କିନ୍ତୁ ଆଉ କିଛି ଦିନ ପରେ ଶ୍ରୀକ୍ଷେତ୍ରରେ କ୍ରୀଡାପ୍ରେମୀଙ୍କ ଜମିବ ଭିଡ । ବଡଦାଣ୍ଡରେ ହରିବୋଲ ତ ସବୁବେଳେ ଗୁଞ୍ଜରିତ ହୋଇଥାଏ । ଏବେ ପୁରୀ ସହରରେ କ୍ରୀଡାପ୍ରେମୀଙ୍କ ଚିୟର୍ସ ଶୁଣାଯିବ । କାରଣ ପୁରୀ ସହରରେ ଦ୍ରୁତଗତିରେ ନିର୍ମାଣ ଚାଲିଛି ଅତ୍ୟାଧୁନିକ ଷ୍ଟାଡିୟମ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଅତ୍ୟାଧୁନିକ ଷ୍ଟାଡିୟମ ରୂପ ନେବ ଜଗନ୍ନାଥ ଷ୍ଟାଡିୟମ
ଅତ୍ୟାଧୁନିକ ଷ୍ଟାଡିୟମ ରୂପ ନେବ ଜଗନ୍ନାଥ ଷ୍ଟାଡିୟମ

By

Published : Feb 5, 2021, 9:11 PM IST

Updated : Feb 5, 2021, 10:33 PM IST

ପୁରୀ: ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର କରିବାକୁ ସରକାର ହାତକୁ ନେଇଛନ୍ତି ଅନେକ ଉନ୍ନତିମୂଳକ କାର୍ଯ୍ୟ । ତେବେ ଏହି ସହରରେ ବର୍ତ୍ତମାନ ପଡିବ କ୍ରୀଡା ଓ କ୍ରୀଡାବିତ୍‌ଙ୍କ ଶିବିର । କାରଣ ପୁରୀ ସହରରେ ଦ୍ରୁତଗତିରେ ନିର୍ମାଣ ଚାଲିଛି ଅତ୍ୟାଧୁନିକ ଜଗନ୍ନାଥ ଷ୍ଟାଡିୟମ । ଏହାର ନିର୍ମାଣ କାର୍ଯ୍ୟ ଆଗାମୀ ୬ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ ।

କାଳିଆ ଧାମରେ ଜମିବ କ୍ରୀଡାବିତଙ୍କ ଭିଡ, ଜୋରସୋରରେ ଚାଲିଛି ଅତ୍ୟାଧୁନିକ ଷ୍ଟାଡିୟମ କାମ

ବିସିସିଆଇର ଗାଇଡ଼ଲାଇନ ଅନୁଯାୟୀ ପୁରୀ ପେଣ୍ଠକଟା ଠାରେ ନିର୍ମାଣ ହୋଉଛି ଅତ୍ୟାଧୁନିକ କ୍ରିକେଟ ଷ୍ଟାଡ଼ିୟମ । ଏଠାରେ ରଣଜୀ ମ୍ୟାଚ ସମେତ ଅନେକ ଜାତୀୟସ୍ତରୀୟ କ୍ରିକେଟ ମ୍ୟାଚ ଆଗାମୀ ଦିନରେ ଖେଳାଯିବ । କ୍ରିକେଟ ସହିତ ଏଠାରେ ଖୋକୋ, କବାଡ଼ି, ଭଲିବଲ୍, ଫୁଟବଲ୍, ବକ୍ସିଂ, ଜୁଡ଼ୋ ଭଳି ବିଭିନ୍ନ ପ୍ରକାର ମ୍ୟାଚ ଆୟୋଜନ ନେଇ ବ୍ୟବସ୍ଥା ରହିବ ।

ସେହିପରି୧୦୦ ଜଣ କ୍ରୀଡ଼ାବିତ୍ ରହିବା ଭଳି ଏକ ସ୍ପୋର୍ଟ୍ସ ହଷ୍ଟେଲ ମଧ୍ୟ ଏଠାରେ ନିର୍ମାଣ କରାଯାଉଛି। ଫଳରେ ବର୍ଷ ତମାମ କ୍ରୀଡ଼ାବିତମାନେ ଏଠାରେ ରହି ନିଜର ପ୍ରସ୍ତୁତିକୁ ସଠିକ୍ ଢ଼ଙ୍ଗରେ କରିପାରିବେ। ସେହିଭଳି ଏକ ଉଚ୍ଚମାନର ସୁଇମିଂପୁଲ ନିର୍ମାଣ କାର୍ଯ୍ୟ ମଧ୍ୟ ଏଠାରେ ଚାଲିଛି । ଷ୍ଟାଡିୟମ ନିକଟରେ ହେଲିପ୍ୟାଡ଼, ତାରକା ହୋଟେଲ, ସ୍ବର୍ଣ୍ଣାଭ ବେଳାଭୂମି ରହିଥିବା ବେଳ ଆଗାମୀ ଦିନରେ ସାରା ଭାରତରେ ଏହା ଏକ ସ୍ବତନ୍ତ୍ର ଅତ୍ୟାଧୁନିକ ଷ୍ଟାଡିୟମ ଭାବେ ପରିଚୟ ସୃଷ୍ଟି କରିପାରିବ ବୋଲି କ୍ରୀଡ଼ାବିତ ଓ କୋଚ ଆଶା ରଖିଛନ୍ତି ।

ଅନ୍ୟପଟେ ଶ୍ରୀଜଗନ୍ନାଥ ଷ୍ଟାଡିୟମକୁ ଉନ୍ନତମାନର ଭିତ୍ତିଭୂମି କରିବା ପାଇଁ ୪୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦ କରାଯାଇଛି। ଷ୍ଟାଡିୟମ ସମେତ ଏହାକୁ ଯୋଗାଯୋଗ କରୁଥିବା ରାସ୍ତା ପ୍ରଶସ୍ତିକରଣ କରାଯିବା ସହ ନିକଟରେ ଥିବା ବେଳାଭୂମିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ କରାଯିବ। ଯାହାକି ଷ୍ଟାଡ଼ିୟମର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଦେବ। ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ନିୟମିତ ଅନ୍ତରରେ ସମୀକ୍ଷା କରୁଛନ୍ତି। ତେବେ ଆଗାମୀ ୬ ରୁ ୭ ମାସ ମଧ୍ୟରେ ଷ୍ଟାଡ଼ିୟମର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ପୁରୀ ବାସୀନ୍ଦାମାନେ ଅନେକ କ୍ରୀଡ଼ାର ମନୋରଞ୍ଜନ ନେଇ ପାରିବେ ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ ସୂଚନା ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 5, 2021, 10:33 PM IST

ABOUT THE AUTHOR

...view details