ଓଡିଶା

odisha

ETV Bharat / state

ଶ୍ରୀ ମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା - ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା

ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ଘଟଣାକୁ ନେଇ ସିଂହଦ୍ବାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଏତଲା ଦିଆଯାଇଛି । ଅଧିକ ପଢନ୍ତୁ...

ଭିତର ଫଟୋ ଭାଇରାଲ ଘଟଣା, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା
ଭିତର ଫଟୋ ଭାଇରାଲ ଘଟଣା, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା

By

Published : Feb 13, 2021, 5:39 PM IST

Updated : Feb 13, 2021, 6:50 PM IST

ପୁରୀ: ଶ୍ରୀମନ୍ଦିରର ଭିତରର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଏକ ଏତଲା ସିଂହଦ୍ବାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି । ଭାଇରାଲ କରିଥିବା ବ୍ୟକ୍ତି ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲାରେ ଉଲ୍ଲେଖ କରାଯାଇଛି ।

ଭିତର ଫଟୋ ଭାଇରାଲ ଘଟଣା, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା

ଇନଷ୍ଟାଗ୍ରାମରେ ଇଣ୍ଡିଆନ ଟେମ୍ପୁଲ ନାମକ ଏକ ଆଇଡ଼ିରେ ଶ୍ରୀମନ୍ଦିରର ଫଟୋ ଛଡା ଯାଇଛି । ଦକ୍ଷିଣ ଦ୍ବାର ଗୁମୁଟ ନିକଟ ସମ୍ପତି ମନ୍ଦିର ସମ୍ମଖରୁ ଏହି ଫଟୋ ନିଆଯାଇଛି । ସେହିପରି ସାଲିନୀ ପାସି ନାମକ ଜଣେ ମହିଳା ତାଙ୍କ ଇନଷ୍ଟାଗ୍ରାମରେ ଦୁଇଟି ଶ୍ରୀମନ୍ଦିର ଭିତର ଫଟୋ ସେୟାର କରିଥିବା ଜଣାପଡ଼ିଛି।

ଫଟୋଟି ଉକ୍ତ ଆଇଡିରେ ଚଳିତ ମାସ 2 ତାରିଖରେ ପୋଷ୍ଟ ହୋଇଛି। ତେବେ ଶ୍ରୀମନ୍ଦିର ଭିତରେ ପୋଲିସ କର୍ମଚାରୀ ସୁରକ୍ଷା ଦାୟିତ୍ବରେ ଥିବାବେଳେ କିଭଳି ପରିସ୍ଥିତିରେ ଏହି ଫଟୋ ଉଠାଗଲା ସେନେଇ ପ୍ରଶ୍ନ ଉଠିଛି।

ଶ୍ରୀ ମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା

ଏହା ଦ୍ବାରା ଶ୍ରୀମନ୍ଦିର ସୁରକ୍ଷା ଢିଲା ରହିଥିବା ପ୍ରମାଣିତ ହୋଇଛି। ଏଣୁ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ପୂର୍ବରୁ ଅତୀତରେ ମଧ୍ୟ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଅନେକ ଥର ଭାଇରାଲ ହୋଇଥିବାବେଳେ ଅନେକ ଥର ବିବାଦ ମଧ୍ୟ ହୋଇଛି।

ଭିତର ଫଟୋ ଭାଇରାଲ ଘଟଣା, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା

ଶ୍ରୀମନ୍ଦିର ଉପରୁ ଡ୍ରୋନ ସାହାଯ୍ୟରେ ନିଆଯାଇ ଥିବା ଭିଡ଼ିଓ ଏବେ ବି ସୋସିଆଲ ମିଡିଆରେ ଘୁରି ବୁଲୁଥିବା ନଜିର ରହିଛି । ତେବେ ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନିଆଗଲେ ଅଗାମୀ ଦିନରେ ଏଭଳି କାର୍ଯ୍ୟ କରିବା ପାଇଁ ସମସ୍ତେ ନିବୃତ୍ତ ରହିବେ ବୋଲି ଆଶା କରାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 13, 2021, 6:50 PM IST

ABOUT THE AUTHOR

...view details