ଓଡିଶା

odisha

ETV Bharat / state

ଶ୍ରୀନଅରରେ ଗଜପତି ମହାରାଜାଙ୍କ ରାଜ୍ୟାଭିଷେକ ସମାରୋହ - ମହା ଆଡମ୍ବରରେ ପୁଷ୍ୟାଭିଷେକ ଅନୁଷ୍ଠିତ

ପୌଷପୁଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କର ଦେବାଭିଷେକ ପୁଣ୍ଣିମା ନୀତି ଅନୁଷ୍ଠିତ ହୋଇଥିବା ବେଳେ ରବିବାର ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଗଜପତିଙ୍କର ପୁଷ୍ୟା କର୍କଟ ନକ୍ଷତ୍ରରେ ଅଭିଷେକ କରାଯାଇଛି ।

puri gajpati king
ଗଜପତି ମହାରାଜାଙ୍କ ରାଜ୍ୟାଭିଷେକ

By

Published : Jan 13, 2020, 12:33 AM IST

Updated : Jan 13, 2020, 4:18 PM IST

ପୁରୀ: ଶ୍ରୀନଅରରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି ଗଜପତି ମହାରାଜଙ୍କର ପୁଷ୍ୟାଭିଷେକ ବା ରାଜ୍ୟାଭିଷେକ । ବୀର, ବାଦ୍ୟ, ତୂରୀ ଓ ମହୁରୀରେ ପ୍ରକମ୍ପିତ ହେଉଛି ରାଜପ୍ରସାଦ । ପୌଷପୁଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କର ଦେବାଭିଷେକ ପୁଣ୍ଣିମା ନୀତି ଅନୁଷ୍ଠିତ ହୋଇଯାଇଥିବା ବେଳେ ରବିବାର ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଗଜପତିଙ୍କର ପୁଷ୍ୟା କର୍କଟ ନକ୍ଷତ୍ରରେ ଅଭିଷେକ କରାଯାଇଛି ।

ଗଜପତି ମହାରାଜାଙ୍କ ରାଜ୍ୟାଭିଷେକ

ତେତ୍ରା ଯୁଗରେ ପ୍ରଭୁ ରାମଚନ୍ଦ୍ର ପୁଷ୍ୟା ନକ୍ଷତ୍ରରେ ଅଯୋଧ୍ୟା ରାଜଗାଦି ଆହୋରଣ କରିଥିଲେ । ସେହି ପରମ୍ପରା ଅନୁସାରେ, ପ୍ରଥମେ ଗଜପତି ମହାରାଜାଙ୍କ ରାମାଭିଷେକ କରାଯାଇଥାଏ । ପରେ ଗଜପତିଙ୍କୁ ପଇତାଲାଗି କରିବା ପରେ ଷୋଳଶାସନର ପ୍ରତିନିଧିମାନେ ସ୍ତ୍ରୋତ୍ରିୟ ମନ୍ତ୍ରପାଠ କରି ଗଜପତି ମହାରାଜାଙ୍କର ପୁଷ୍ୟାଭିଷେକ କରିବା ପରେ ନଡିଆ ,ଗୁଆ, ତାମ୍ର ପଇତା ଭେଟି ଦେଇଥାନ୍ତି । ଏଥିରେ ଷୋଳଶାସନର ବ୍ରହ୍ମଣମାନଙ୍କୁ ମଧ୍ୟ ମହାରାଜାଙ୍କ ପକ୍ଷରୁ ମହାପ୍ରସାଦ ଭେଟି ଦିଆଯିବା ପରେ ସମସ୍ତଙ୍କୁ ମହାପ୍ରସାଦ ଭୋଜନ ମଧ୍ୟ କରାଯିବାର ବିଧି ଶ୍ରୀନଅରରେ ପାଳିତ ହୋଇଥିଲା ।

ଶ୍ରୀନଅରରେ କାହିଁ କେଉଁ ଅମଳରୁ ପାଳିତ ହୋଇଆସୁଛି ଏହି ରାଜାଭିଷେକ ନୀତି । ପୁଣି ପରମ୍ପରା ଅନୁଯାୟୀ, ଏହି ପୁଷ୍ୟାଭିଷେକ ଉତ୍ସବରେ ଷୋଳଶାସନ ବ୍ରାହ୍ମଣ , ବିଭିନ୍ନ ମଠର ମଠାଧୀଶ , ସାଧୁ ସନ୍ଥଙ୍କ ସମାଗମ ମଧ୍ୟ ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Jan 13, 2020, 4:18 PM IST

ABOUT THE AUTHOR

...view details