ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନରେ ଆଧ୍ୟତ୍ମିକ ଭାବ ଦେଖି ଜଗନ୍ନାଥଙ୍କ ଆଦ୍ୟ ସେବକ ପୁରୀ ଗଜପତି ଦିବ୍ୟସିଂହ ଦେବ ଚକିତ ହୋଇପଡିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଆଧ୍ୟାତ୍ମିକତା ଭାବରେ ଆଶ୍ଚର୍ଯ୍ୟ ପୁରୀ ଗଜପତି - ଗଜପତି ଦିବ୍ୟସିଂହ ଦେ
ପୁରୀ ଐତିହ୍ୟ ବିକାଶ ଜଗନ୍ନାଥ ନବୀନଙ୍କ ମାଧ୍ୟମରେ କରାଉଛନ୍ତି ।

ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ପୂର୍ବରୁ ରାଜ୍ୟରେ ଅନେକ ମୁଖ୍ୟମନ୍ତ୍ରୀ ଆସିଛନ୍ତି ଯାଇଛନ୍ତି ହେଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁରୀ ବିକାଶ, ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଯାହା ପଦକ୍ଷେପ ନେଇଛନ୍ତି ସେଥିରେ ସେ ଆଶ୍ଚର୍ଯ୍ୟ । ମୁଖ୍ୟମନ୍ତ୍ରୀଙ୍କ ମନରେ ଏମିତି ଆଧ୍ୟାତ୍ମିକତା ଭାବନା ଆସିଲା କେମିତି ବୋଲି ସେ କହିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଜ୍ଞାନୀ ସହ ତାଙ୍କର ଜଗନ୍ନାଥ ସଂସ୍କୃତି ଉପରେ ଗଭୀର ଜ୍ଞାନ ଥିଲା । ସେ ମଧ୍ୟ ଏହା କରିପାରି ନଥିବା କହିଛନ୍ତି । ଏହା ସ୍ବଂୟ ଜଗନ୍ନାଥ ନବୀନଙ୍କ ମାଧ୍ୟମରେ କରାଉଥିବା କହିଛନ୍ତି ଗଜପତି ମହାରାଜ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ