ଓଡିଶା

odisha

By

Published : Dec 5, 2021, 8:28 PM IST

ETV Bharat / state

Cyclone Jawad Effect: କ୍ଷେତରେ ଲହଡି ଭାଙ୍ଗୁଛି ପାଣି, ବ୍ୟାପକ ଫସଲ ନଷ୍ଟ

ପୁରୀ ଜିଲ୍ଲାର ଅସ୍ତରଙ୍ଗ, କାକଟପୁର, ଗୋପ ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଧାନ ବିଲରେ ପାଣି ଜମି ରହିଛି । ହେକ୍ଟର ହେକ୍ଟର ପାଚିଲା ଧାନ ଫସଲ ନଷ୍ଟ ହେବାକୁ ବସିଛି । ଅଧିକ ପଢନ୍ତୁ

Puri Jawad Affect: କ୍ଷେତରେ ଲହଡି ମାରୁଛି ଜଳ, ବ୍ୟାପତ ଫସଲ ନଷ୍ଟ
Puri Jawad Affect: କ୍ଷେତରେ ଲହଡି ମାରୁଛି ଜଳ, ବ୍ୟାପତ ଫସଲ ନଷ୍ଟ

ପୁରୀ: ଜୱାଦ ପ୍ରଭାବରେ ପୁରୀରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ଅମଳ ହେବାକୁ ଥିବା ହେକ୍ଟର ହେକ୍ଟର ପାଚିଲା ଧାନ ଫସଲ ନଷ୍ଟ ହୋଇଛି । ଏହାକୁ ନେଇ ଚାଷୀମାନେ ଏବେ ଚିନ୍ତାରେ ପଡିଛନ୍ତି । ପୁରୀ ଜିଲ୍ଲାର ଅସ୍ତରଙ୍ଗ, କାକଟପୁର, ଗୋପ ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଧାନ ବିଲରେ ପାଣି ଜମି ରହିଛି ।

Puri Jawad Affect: କ୍ଷେତରେ ଲହଡି ମାରୁଛି ଜଳ, ବ୍ୟାପତ ଫସଲ ନଷ୍ଟ

ହଜାର ହଜାର ହେକ୍ଟର ଧାନ ଜମିରେ ବର୍ଷା ଜଳ ଜମି ରହିଛି । ସେପଟେ ଜଓ୍ବାଦ ବାତ୍ୟା ଯୋଗୁଁ କୋଣାର୍କରେ ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଛି । ସୂର୍ଯ୍ୟ ମନ୍ଦିରରେ ଆଣ୍ଠୁଏ ଉଚ୍ଚର ବର୍ଷା ଜଳ ଲହଡି ମାରୁଛି । ଫଳରେ ପର୍ଯ୍ୟଟକ ମାନେ ସୂର୍ଯ୍ୟ ମନ୍ଦିର ଭିତରେ ବୁଲିବା ସମ୍ଭବ ହୋଇନଥିଲା । ASI ପକ୍ଷରୁ ମୋଟର ପମ୍ପ ଯୋଗେ ଜଳ ନିଷ୍କାସନ କରାଯାଉଛି । କୋଣାର୍କ NACର 1, 6, 7, 8, 11, 13 ନଂ ଓ୍ବାଡରେ ଡ୍ରେନେଜ ବ୍ୟବସ୍ଥା ଫେଲ ମାରିଛି । ଖାଲୁଆ ଅଞ୍ଚଳରେ ଜଳବନ୍ଦି ସମସ୍ୟା ସୃଷ୍ଟି ହୋଇଛି ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details