ଓଡିଶା

odisha

By

Published : Sep 26, 2019, 6:21 PM IST

ETV Bharat / state

ଜମି ଅଧିଗ୍ରହଣ ପାଇଁ ଉଚ୍ଛେଦ ନୋଟିସକୁ ବିରୋଧ

ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ଜମି ଅଧିଗ୍ରହଣ ନେଇ ବୁଧବାର ବିଜ୍ଞପ୍ତି ଜାରି କରାଯାଇଥିଲା । ପରେ ଗୁରୁବାର ଏ ନେଇ ନୋଟିସ ମରାଯାଇଛି । ତେବେ ଉଚ୍ଛେଦ ନୋଟିସକୁ ପଶ୍ଚିମଦ୍ବାର ବାସିନ୍ଦା ଗ୍ରହଣ ନକରିବା ସହ ସରକାରଙ୍କ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ।

ଉଚ୍ଛେଦ ନୋଟିସକୁ ବିରୋଧ

ପୁରୀ: ପୁରୀରେ ଜମି ଅଧିଗ୍ରହଣ ପାଇଁ ବୁଧବାର ବିଜ୍ଞପ୍ତି ଜାରି ହୋଇଛି । ଏନେଇ ଆଜି (ଗୁରୁବାର) ଉଚ୍ଛେଦ ଅଞ୍ଚଳରେ ନୋଟିସ ମରାଯାଇଛି । ନୋଟିସରୁ କେଉଁମାନେ ବିସ୍ଥାପିତ ହେଉଛନ୍ତି ସେ ନେଇ ଲୋକେ ସୂଚନା ନେଉଛନ୍ତି । ଅନ୍ୟପଟେ ଏହି ନୋଟିସ ପ୍ରସଙ୍ଗକୁ ନେଇ ବିରୋଧ ଦେଖିବାକୁ ମିଳିଛି ।

ଉଚ୍ଛେଦ ନୋଟିସକୁ ବିରୋଧ

ପଶ୍ଚିମ ଦ୍ବାର ବାସିନ୍ଦା ଏହାକୁ ଗ୍ରହଣ ନକରିବା ସହ ସରକାରଙ୍କ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିଛନ୍ତି । ଶହ ଶହ ବର୍ଷ ଧରି ଏଠାରେ ରହି ଆସିଥିବା ବେଳେ ଭିଟା ମାଟି ଛାଡି ଯିବାର ପ୍ରଶ୍ନ ଉଠୁ ନାହିଁ ବୋଲି କହିଛନ୍ତି ପଶ୍ଚିମ ଦ୍ବାର ନିକଟ ବାସିନ୍ଦା । ବିଶେଷ କରି ଏନେଇ ମହିଳାମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ।

ନୋଟିସ ଅନୁସାରେ, ଶ୍ରୀମନ୍ଦିର ନିକଟ 5ଟି ସାହିରୁ 15 ଏକର ଜମି ଅଧିଗ୍ରହଣ ହେବ । ଯେଉଁଥିରେ ସରକାରୀ ଓ ବେସରକାରୀ ଜମି ସାମିଲ ରହିଛି । ସର୍ବାଧିକ ଚୁଡଙ୍ଗସାହି ମୌଜାରୁ ତିନି ଏକର ଜମି ଅଧିଗ୍ରହଣ ହେବ ।

ଏଠାରେ ସୂଚନାଯୋଗ୍ୟ, ପୁରୀ ସହର ତଥା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ଓ ସୁରକ୍ଷା ପାଇଁ ସରକାର ଏହି କାର୍ଯ୍ୟ କରୁଛନ୍ତି । ଏଥିପାଇଁ ମେଘନାଦ ପାଚେରିକୁ ଲାଗିଥିବା 75 ମିଟର ଜମି ଅଧିଗ୍ରହଣ କରାଯାଉଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ପ୍ରଶାସନିକ ମାପଚୁପ ଆଧାରରେ ପୁନର୍ବାସ ଓ ଥଇଥାନ ଧାରା-4 ଅନୁସାରେ 5ଟି ସାହିର ଜମି ଅଧିଗ୍ରହଣ କରାଯିବ । ଆଗାମୀ ଏକ ମାସ ମଧ୍ୟରେ ଜମି ଅଧିଗ୍ରହଣ ପାଇଁ ସର୍ବେକ୍ଷଣ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details