ଓଡିଶା

odisha

By

Published : Feb 15, 2022, 7:30 AM IST

ETV Bharat / state

panchayat polls: ରାତି ପାହିଲେ ନିର୍ବାଚନ, ପୁରୀ ଜିଲ୍ଲାରେ ପ୍ରସ୍ତୁତି ଶେଷ

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ । ଆସନ୍ତାକାଲି(ବୁଧବାର) ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ବ୍ଲକରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ । ଅଧିକ ପଢନ୍ତୁ

panchayat polls: ରାତି ପାହିଲେ ନିର୍ବାଚନ, ପୁରୀ ଜିଲ୍ଲାରେ ପ୍ରସ୍ତୁତି ଶେଷ
panchayat polls: ରାତି ପାହିଲେ ନିର୍ବାଚନ, ପୁରୀ ଜିଲ୍ଲାରେ ପ୍ରସ୍ତୁତି ଶେଷ

ପୁରୀ: ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଏନେଇ ପୋଲିଂ ପାର୍ଟିଗୁଡିକ ନିଜ ନିଜ ବୁଥ୍‌ରେ ପହଞ୍ଚିବା ଆରମ୍ଭ କରିଛନ୍ତି । ପ୍ରତିଟି ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ଚୂଡାନ୍ତ ହୋଇଥିବାବେଳେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି(ବୁଧବାର) ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ବ୍ଲକରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ମୋଟ ୭୪ ପଞ୍ଚାୟତ, ୯୭୩ ୱାର୍ଡ ଓ ୮ଟି ଜିଲ୍ଲା ପରିଷଦ ଜୋନ ପାଇଁ ୩,୦୮,୨୪୧ଜଣ ମତଦାତା ମତଦାନ କରିବେ ।

panchayat polls: ରାତି ପାହିଲେ ନିର୍ବାଚନ, ପୁରୀ ଜିଲ୍ଲାରେ ପ୍ରସ୍ତୁତି ଶେଷ

କୃଷ୍ଣପ୍ରସାଦ ଚିଲିକା ମଧ୍ୟରେ ଥିବା ୧୪ଟି ପଞ୍ଚାୟତରେ ମତଦାନ ନିମନ୍ତେ ପୋଲିଂ ଦଳ ଯିବା ପାଇଁ ଡଙ୍ଗା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଦାୟିତ୍ଵ ଦିଆଯାଇଛି । ଏଥିସହ ଯନ୍ତ୍ର ଚାଳିତ ଡଙ୍ଗା ବ୍ୟବସ୍ଥା କରିବାକୁ କୃଷ୍ଣପ୍ରସାଦ ବିଡ଼ିଓଙ୍କୁ ନିର୍ଦ୍ଦେଶ ରହିଛି । କୃଷ୍ଣପ୍ରସାଦର ୨୧ ସରପଞ୍ଚ ଓ ସମିତି ସଭ୍ୟ, ୨୪୦ ୱାର୍ଡ ମେମ୍ବର ଓ ୨ଟି ଜିଲ୍ଲା ପରିଷଦ ଜୋନ୍ ଆସନ ପାଇଁ ଭୋଟ୍ ପଡିବ ।

ସେହିପରି ବ୍ରହ୍ମଗିରି ବ୍ଲକରେ ୨୫ ସରପଞ୍ଚ ଓ ସମିତି ସଭ୍ୟ, ୩୭୪ ୱାର୍ଡ ମେମ୍ବର ଓ ୩ ଜିଲ୍ଲା ପରିଷଦ ଜୋନ୍, କଣାସ ବ୍ଲକରେ ୨୮ ସରପଞ୍ଚ ଓ ସମିତି ସଭ୍ୟ, ୩୫୯ ୱାର୍ଡ ମେମ୍ବର ଓ ୩ ଜିଲ୍ଲା ପରିଷଦ ଜୋନ୍ ଆସନ ଲାଗି ନିର୍ବାଚନ ହେବ । ସେପଟେ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ଶେଷ କରିବା ପାଇଁ ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରେ ଏସପି କେ.ବିଶାଲ ସିଂ ଗ୍ରାମରକ୍ଷୀ ଓ ହୋମଗାର୍ଡଙ୍କୁ ସଚେତନ କରିବା ସହ ପ୍ରଶିକ୍ଷଣ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details