ଓଡିଶା

odisha

ETV Bharat / state

ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ଲକ୍ଷ୍ୟ, ଜିଲ୍ଲା କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ - ପୁରୀ ଜିଲ୍ଲା କଂଗ୍ରେସ କମିଟି

ତୃଣମୂଳ ସ୍ତରରୁ ଦଳକୁ ମଜଭୂତ କରିବା ଲକ୍ଷ୍ୟ । ପୁରୀ ଜିଲ୍ଲା କଂଗ୍ରେସ କମିଟିର ବସିଲା କାର୍ଯ୍ୟକାରିଣୀ ବୈଠକ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Oct 7, 2023, 6:12 PM IST

ଜିଲ୍ଲା କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ

ପୁରୀ:ଜନବିରୋଧୀ ବିଜେଡି ସରକାର ବିରୋଧରେ ଆନ୍ଦୋଳନ ଓ ତୃଣମୂଳ ସ୍ତରରୁ କଂଗ୍ରେସକୁ ମଜବୁତ କରିବା ନେଇ ସଂକଳ୍ପ ନେଲା କଂଗ୍ରେସ । ଏନେଇ ଆଜି ଜିଲ୍ଲା କଂଗ୍ରେସ କମିଟିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ପୁରୀ ସହରର ବିଭିନ୍ନ ସମସ୍ୟାକୁ କିଭଳି କଂଗ୍ରେସ ଦଳ ଆନ୍ଦୋଳନକୁ ଓହ୍ଲାଇବ ସେ ନେଇ ଆଲୋଚନା ହୋଇଛି । ବୈଠକ ପରେ ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ଗୃହୀତ ହେଇଥିବା ସବିଶେଷ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।

ଶ୍ରୀଜଗନ୍ନାଥ ମନ୍ଦିରକୁ ହଜାର ହଜାର ଭକ୍ତ ପ୍ରତିଦିନ ଆସୁଥିବା ବେଳେ ଭକ୍ତଙ୍କ ଚାରିଦ୍ବାର ଖୋଲିବା ନେଇ କଂଗ୍ରେସର ଦାବି କହିଛନ୍ତି ପ୍ରସାଦ । ଶ୍ରୀମନ୍ଦିର ଚାରି ଦ୍ବାର ଦେଇ ପ୍ରଵେଶ କଟକଣା ଥିବାରୁ ଭକ୍ତମାନେ ଦର୍ଶନ ନେଇ ବହୁ ଅସୁବିଧା ଭୋଗୁଛନ୍ତି । ଏଣୁ ରାଜ୍ୟ ସରକାର ତୁରନ୍ତ ଶ୍ରୀମନ୍ଦିର 4 ଦ୍ବାର ଖୋଲିବା ନେଇ ସେ ଦାବି କରିଛନ୍ତି । ସେହିପରି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ସୁରକ୍ଷା ପାଇଁ ସରକାର ଯେଉଁ ଅବହେଳା କରୁଛନ୍ତି ସେ କଡ଼ା ସମାଲୋଚନା କରିଛନ୍ତି । ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇ ସାରିଥିବା ବେଳେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ପ୍ରସାଦ ଦାବି କରିଛନ୍ତି ।

ଏହା ବି ପଢନ୍ତୁ- ନିର୍ବାଚନ ପୂର୍ବରୁ ବିଜେଡି ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ

ସେହିପରି ପୁରୀ ସହରବାସୀ ଜମିଜମା ସମସ୍ୟାକୁ ନେଇ ଘୋର ଅସୁବିଧା ଭୋଗୁଥିବା ବେଳେ ସରକାର ଚୁପ୍ ବସିବାକୁ ନେଇ ସମାଲୋଚନା କରିଛନ୍ତି ପ୍ରସାଦ । ଲୋକଙ୍କ ସ୍ବାର୍ଥ ପାଇଁ ଦୀର୍ଘ ଦିନରୁ ମହାପ୍ରଭୁଙ୍କ ଜମିକୁ କିଣି ଘର କରି ରହିଥିବା ବ୍ୟକ୍ତିଙ୍କୁ 10 ଡିସିମିଲି ଜମି ସେମାନଙ୍କୁ କମ ଦରରେ ଯୋଗାଇ ଦେବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ପ୍ରସାଦ ହରିଚନ୍ଦନ ଦାବି କରିଛନ୍ତି । ବେକାରୀ ସମସ୍ୟା, ମହିଳା ନିର୍ଯାତନା ରୋକିବା ପାଇଁ କଡ଼ା ପଦକ୍ଷେପ, ପୁରୀ ସହରବାସୀଙ୍କୁ ମୌଳିକ ସୁବିଧା ସଠିକ୍ ଢଙ୍ଗରେ ପ୍ରଦାନ ଦାବି ଖୁବଶୀଘ୍ର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ପ୍ରସାଦ ହରିଚନ୍ଦନ କହିଛନ୍ତି ।

ପୁରୀ ନଗର କଂଗ୍ରେସ ସଭାପତି ଅମରେନ୍ଦ୍ର ପାଇକରାୟ କହିଛନ୍ତି, " ଜିଲ୍ଲା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଦଳକୁ କିଭଳି ଅଧିକ ମଜଭୁତ କରାଯିବ, ବିଭିନ୍ନ ପ୍ରସଙ୍ଗକୁ ନେଇ ଦଳ କିଭଳି ଆନ୍ଦୋଳନକୁ ଓହ୍ଲାଇବ ସେ ନେଇ ଆଲୋଚନା ହୋଇଛି । ପୁରୀ ସହର ଗତ 5 ବର୍ଷ ହେବ ପୌର ନିର୍ବାଚନ ହୋଇ ନଥିବାରୁ ୱାର୍ଡ କେହି ଲୋକ ପ୍ରତିନିଧି ନାହାନ୍ତି । ଫଳରେ ଲୋକଙ୍କ ମୌଳିକ ସମସ୍ୟା ସମାଧାନ ହୋଇ ପାରିନାହିଁ । ତେବେ ଲୋକ ମୌଳିକ ସୁବିଧା ପାଇଁ ତୁରନ୍ତ ପୌର ନିର୍ବାଚନ କରିବା, ପୁରୀ ସହରରେ ଥିବା ଜମିଜମା ସମସ୍ୟା ସମାଧାନ ଦାବି, ଶ୍ରୀମନ୍ଦିର ଚାରିଦ୍ବାର ଓ ରତ୍ନଭଣ୍ଡାର ଖୋଲିବା ଦାବି ନେଇ କଂଗ୍ରେସ ଖୁବଶୀଘ୍ର ଆନ୍ଦୋଳନକୁ ଓହ୍ଲାଇବା ଦଳ ।"

ଏହା ବି ପଢନ୍ତୁ- 2024 ନିର୍ବାଚନ: ବସିଲା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

ବୈଠକରେ ଉପସ୍ଥିତ ଥିବା ପୁରୀ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଜୟ ନାରାୟଣ ପଟ୍ଟନାୟକ କହିଛନ୍ତି, " ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବେଶ ସଫଳ ହୋଇଛି । ଆଗାମୀ ଦିନରେ ପ୍ରସଙ୍ଗ ଭିତ୍ତିକ ଆନ୍ଦୋଳନ ହେବ । ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ । ଏହି ଦୁଇ ଦଳ ଲୋକଙ୍କୁ ଭୁଆଁ ବୁଲାଇ ଶାସନରେ କେବଳ ନିଜର ବିକାଶ କରିଛନ୍ତି । ଲୋକ ସବୁ ବୁଝି ଗଲେଣି । ବିଶେଷ କରି ପୁରୀ ବାସିନ୍ଦା ବହୁ ସମସ୍ୟାକୁ ନେଇ ଅସୁବିଧା ଭୋଗୁଥିବା ବେଳେ ବିଜେଡି ଓ ବିଜେପି ଚୁପ ବସିଛି । ଦୁର୍ନୀତିଗ୍ରସ୍ତ ବିଜେପି ଓ ବିଜେଡ଼ି ସରକାରଙ୍କୁ ହଟାଇବା ପାଇଁ କଂଗ୍ରେସ ବ୍ୟାପକ ସଂଗ୍ରାମ କରିବ ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details