ପୁରୀ:ଭାରତରେ ନିର୍ମିତ କରୋନା ଟିକା କୌଣସି ରାଜନୈତିକ ଦଳ କିମ୍ବା କୌଣସି ନିର୍ଦ୍ଧିଷ୍ଟ ନେତାଙ୍କର ନୁହେଁ । ଏହା ଭାରତର ବୈଜ୍ଞାନିକଙ୍କ ଗବେଷଣା ଏବଂ ଅଦମ୍ୟ ଚେଷ୍ଟାର ଫଳ । ତେଣୁ ଏହାକୁ ନେଇ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ଦେଇଥିବା ମନ୍ତବ୍ୟ ରାଷ୍ଟ୍ର ବିରୋଧୀ ବୋଲି ଦର୍ଶାଇଛି ବିଜେପି । ତେଣୁ ଏହା ବିରୋଧରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ଆହ୍ୱାନକୁ ସମର୍ଥନ କରି ପୁରୀଜିଲ୍ଲା ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୋନିଆଙ୍କ ମନ୍ତବ୍ୟକୁ ଘୋର ବିରୋଧ କରିଛି ପୁରୀ ଜିଲ୍ଲା ବିଜେପି ।
ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଏହାକୁ ଘୋର ବିରୋଧ କରିବା ସହ ରାଜ୍ୟ ସରକାରଙ୍କ କୋରୋନା ଟୀକାକରଣ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି । ସେହିପରି ପ୍ରତ୍ୟେକ ପଞ୍ଚାୟତ, ମୁନିସିପାଲଟି ଏବଂ ବିଜ୍ଞାପିତ ଅଞ୍ଚଳରେ ଟିକା ଦେବା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି ଆଶ୍ରିିତ । କେନ୍ଦ୍ର ସରକାର କରୋନା ଟୀକାକରଣ ପାଇଁ ବହୁଳ ବ୍ୟବସ୍ଥା କରୁଥିବାବେଳେ ରାଜ୍ୟ ସରକାର ଏହାକୁ ସଠିକ ପରିଚାଳନା କରିପାରୁନଥିବା ଯୋଗୁଁ ଅନେକ ସମସ୍ୟା ଦେଖାଯାଉଥିବା ଅଭିଯୋଗ କରିଛି ଦଳ ।