ଓଡିଶା

odisha

ETV Bharat / state

କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ପିପିଲି ଦାନଗହୀର ଗାଁ ସିଲ୍

ପିପିଲି ଦାନଗହୀର ଗାଁରେ କୋରୋନା ରୋଗୀ ଚିହ୍ନଟ ପରେ କଡା ପଦକ୍ଷେପ ନେଇଛି ପୁରୀ ଜିଲ୍ଲା ପ୍ରଶାସନ। ଗତକାଲି ରାତିରେ କୋରୋନା ପଜିଟିଭ ଭାବରେ ଚିହ୍ନଟ କରାଗଲା ପରେ ପ୍ରଶାସନ ଏହାର ସଂକ୍ରମଣକୁ ରୋକିବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରି ସମ୍ପୂର୍ଣ୍ଣ ଗାଁକୁ ସିଲ କରିଛି। ଅଧିକ ପଢନ୍ତୁ...

puri-district-administration-sealed-the-village-after-the-covid19-identified
କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଗାଁକୁ ସିଲ କଲା ପୁରୀ ଜିଲ୍ଲା ପ୍ରଶାସନ

By

Published : Apr 4, 2020, 2:16 PM IST

ପୁରୀ: ପିପିଲି ଦାନଗହୀର ଗାଁ ସିଲ । ଜଣେ କୋରୋନା ରୋଗୀ ଚିହ୍ନଟ ପରେ କଡା ପଦକ୍ଷେପ ନେଇଛି ପୁରୀ ଜିଲ୍ଲା ପ୍ରଶାସନ ଏବଂ ସମ୍ପୂର୍ଣ୍ଣ ଗାଁକୁ ସିଲ କରିଛି। ଉକ୍ତ ଅଞ୍ଚଳ ସମେତ ଜୟପୁର ଶାସନ ଗାଁ କୁ ମଧ୍ୟ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ଗତକାଲି ରାତିରେ କୋରୋନା ପଜିଟିଭ ଭାବରେ ଚିହ୍ନଟ କରାଗଲା ପରେ ପ୍ରଶାସନ ଏହାର ସଂକ୍ରମଣକୁ ରୋକିବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରିଛି ।

କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଗାଁକୁ ସିଲ କଲା ପୁରୀ ଜିଲ୍ଲା ପ୍ରଶାସନ

ପୁରୀ ଜିଲ୍ଲାର ପିପିଲି ଅନ୍ତର୍ଗତ ଦାନଗହୀର ଗାଁ ରେ ଜଣେ କୋରୋନା ରୋଗୀ ଚିହ୍ନଟ ପରେ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। ସେହି ଅଞ୍ଚଳରେ କେହି ପ୍ରଵେଶ କରି ପାରିବେ ନାହିଁ କି 10 ଦିନ ପର୍ଯ୍ୟନ୍ତ ଅଞ୍ଚଳକୁ ସିଲ କରାଯାଇଥିବାବେଳେ ସେହି ଅଞ୍ଚଳକୁ କେହି ପ୍ରବେଶ କରିପାରିବେ ନାହିଁ କି ଗାଁରୁ କେହି ବାହାରି ପାରିବେ ନାହିଁ । ତେବେ ଏହି ସିଲ ସମୟ ସୀମା ଆସନ୍ତା 14 ତାରିଖ ମଧ୍ୟରାତ୍ରି ଯାଏଁ ଯାଏ ବଳବତ୍ତର ରହିବ।

ଉକ୍ତ ଅଞ୍ଚଳରେ ପ୍ରତ୍ୟେକ ପରିବାର ଓ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଅନ୍ୟପଟେ ଉକ୍ତ ଅଞ୍ଚଳକୁ ଅଗ୍ନିଶମ ବହିନୀ ପକ୍ଷରୁ ସମ୍ପୂର୍ଣ୍ଣ ବିଶୋଧନ କରାଯାଇଛି। ଓଡିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ 20 ପଜିଟିଭ ରହିଥିଲା ବେଳେ 2 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details