ଓଡିଶା

odisha

ETV Bharat / state

ଗୋଶାଣୀ ଯାତ୍ରାରେ କୋଭିଡ ଗାଇଡ଼ଲାଇନ ପାଳନ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ଅନୁରୋଧ - ପୁରୀ ଜିଲ୍ଲା ପ୍ରଶାସନର ଅନୁରୋଧ

ପୂଜା ପର୍ବାଣୀ ଆୟୋଜନ ନେଇ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ଲାଇନ ଆସିବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି। ଅଧିକ ପଢନ୍ତୁ...

ଗୋଶାଣୀ ଯାତ୍ରାରେ କୋଭିଡ ଗାଇଡ଼ ଲାଇନ ପାଳନ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ଅନୁରୋଧ
ଗୋଶାଣୀ ଯାତ୍ରାରେ କୋଭିଡ ଗାଇଡ଼ ଲାଇନ ପାଳନ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ଅନୁରୋଧ

By

Published : Sep 11, 2021, 10:42 PM IST

ପୁରୀ: ପୂଜା ପର୍ବାଣୀ ଆୟୋଜନ ନେଇ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ଲାଇନ ଆସିବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି। ପୂଜା ସମୟରେ ପୂଜା ମଣ୍ଡପ ଚାରିପାଖ କପଡାରେ ଢାଙ୍କିବା ସହ କୌଣସି ଲାଉଡ଼ ସ୍ପିକର ନବଜାଇବା, ଶୋଭାଯାତ୍ରା ନକରିବା, ଭକ୍ତଙ୍କୁ ମଣ୍ଡପ ନିକଟରେ ପୂଜା ଓ ଦର୍ଶନ ପାଇଁ ଅନୁମତି ନଦେବାକୁ ପୁରୀ ଉପଜିଲ୍ଲାପାଳ ପୂଜା କମିଟି କର୍ମକର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି।

ଗୋଶାଣୀ ଯାତ୍ରାରେ କୋଭିଡ ଗାଇଡ଼ ଲାଇନ ପାଳନ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ଅନୁରୋଧ

ସେହିପରି ମୂର୍ତ୍ତିର ଉଚ୍ଚତା 4 ଫୁଟରେ ସୀମିତ ରଖିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ପରମ୍ପରାକୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିର ସମୁଖରେ ଗୋଶାଣୀ ଯାତ୍ରା ବେଳେ ଦେବ ସଭାକୁ ପ୍ରଶାସନ ଅନୁମତି ଦେଇଛି। ସେହିପରି ମୂର୍ତ୍ତି ବିସର୍ଜନ ପାଇଁ ମଙ୍ଗଳା ଘାଟ ନିକଟରେ କୁତ୍ରିମ ପୋଖରୀ କରାଯାଇଥିବା ବେଳେ ଉଜ୍ବଳ ଆଲୋକର ବ୍ୟବସ୍ଥା ହୋଇଛି। ତେବେ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ପୂଜା ସମୟରେ ପାଳନ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କୁ ଅନୁରୋଧ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details