ଓଡିଶା

odisha

ETV Bharat / state

ପିପିଲି ଉପନିର୍ବାଚନକୁ ଆଉ ୧୨ ଦିନ, ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲା ପ୍ରଶାସନ - ପିପିଲି ଉପନିର୍ବାଚନ ପାଇଁ ବୈଠକ

ପିପିଲି ଉପନିର୍ବାଚନରେ କୋଭିଡ ଗାଇଡଲାଇନ ନେଇ ଜିଲ୍ଲା ପ୍ରଶାସନର ବୈଠକ । ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାର ବରିଷ୍ଠ ଅଧିକାରୀ ପ୍ରସ୍ତୁତ କଲେ ବ୍ଲୁ ପ୍ରିଣ୍ଟ । ଅଧିକ ପଢନ୍ତୁ...

pipili-by-election
ପିପିଲି ଉପନିର୍ବାଚନକୁ ଆଉ ୧୨ ଦିନ, ବ୍ଲୁପିପିଲି ଉପନିର୍ବାଚନକୁ ଆଉ ୧୨ ଦିନ, ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲା ପ୍ରଶାସନ ପ୍ରିଣ୍ଟ ପ୍ରସ୍ତୁତ କଲା ପ୍ରଶାସନ

By

Published : Sep 18, 2021, 12:40 PM IST

ପୁରୀ: ପିପିଲି ଉପନିର୍ବାଚନରେ କୋଭିଡ ଗାଇଡଲାଇନ ନେଇ ଜିଲ୍ଲା ପ୍ରଶାସନର ବୈଠକ । ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାର ବିରଷ୍ଠ ଅଧିକାରୀ ପ୍ରସ୍ତୁତ କଲେ ବ୍ଲୁ ପ୍ରିଣ୍ଟ । ସମ୍ଵେଦନଶୀଳ ଓ ଅତିସମ୍ଵେଦନଶୀଳ ଭୋଟ କେନ୍ଦ୍ର ଉପରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇ ଥିବାବେଳେ ସିସିଟିଭି ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀଙ୍କ ନଜରରେ ରହିବ ମତଦାନ କେନ୍ଦ୍ର ।

ପିପିଲି ଉପନିର୍ବାଚନକୁ ଆଉ ୧୨ ଦିନ, ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲା ପ୍ରଶାସନ

ବୟସ୍କ, ଦିବ୍ୟାଙ୍ଗ ଓ କୋଭିଡ ଆକ୍ରାନ୍ତ ପୋଷ୍ଟାଲ ବାଲାଟ ମାଧ୍ୟମରେ କରି ପାରିବେ ମତଦାନ । ସେପଟେ କୋଭିଡ କଟକଣା ମଧ୍ୟରେ ନିର୍ବାଚନ ଲଢିବା ପାଇଁ ସହମତି ଜଣାଇଲେ ୩ ପ୍ରମୁଖ ଦଳ । ତେବେ ଆସନ୍ତା 30 ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ହେବ । ଅକ୍ଟୋବର 3 ତାରିଖରେ ଭୋଟ ଗଣତି ହେବ । କୋଭିଡକୁ ଦୁଷ୍ଟିରେ ରଖି ବୁଥ୍ ସଂଖ୍ୟା 273 ସ୍ଥାନରେ 348 କୁ ବୃଦ୍ଧି କରାଯାଇ ଥିବାବେଳେ ପିପିଲି ଏନଏଏସି ଓ ପିପିଲି ବ୍ଲକରେ 199 ଟି ଓ ଡେଲାଙ୍ଗ ବ୍ଲକରେ 149 ଟି ବୁଥର ବ୍ୟବସ୍ଥା କରାଯାଇଛି । 2 ଲକ୍ଷ 29 ହଜାର 998 ଜଣ ଭୋଟର ମତଦାନ କରିବେ । କୋଭିଡ କଟକଣା ପାଇଁ 80 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ, କୋଭିଡ ଆକ୍ରାନ୍ତ ଓ ଦିବ୍ୟାଙ୍ଗମାନେ ପୋଷ୍ଟାଲ ବାଲାଟରେ ମତଦାନ କରିପାରିବେ ।

ତେବେ 1077 ଜଣ ଭୋଟର ପୋଷ୍ଟାଲ ବାଲାଟରେ ମତଦାନ କରିବେ ବୋଲି ଜଣାପଡିଛି । ଏମାନଙ୍କୁ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପୋଷ୍ଟାଲ ବାଲାଟ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ । ବିଶେଷକରି ପ୍ରଚାର ଉପରେ ଲଗାଇଯାଇଥିବା କୋଭିଡ କଟକଣା, ବାଇକ ରାଲି, ଆଚରଣ ବିଧି ଉଲ୍ଲଙ୍ଘନ ଉପରେ ପ୍ରଶାସନ ବିଶେଷ ଦୃଷ୍ଟି ଦେବା ସହିତ ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ପାଇଁ ଅସାମାଜିକ ଓ ବିଭିନ୍ନ ମାମଲାରେ ଜଡିତ ଥିବା ଓ୍ଵାରେଣ୍ଟିମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଵେଦନଶୀଳ ଓ ଅତିସମ୍ଵେଦଳଶୀଳ ବୁଥ ଗୁଡିକରେ ସିସିଟିଭି, କେନ୍ଦ୍ରୀୟ ସୁରକ୍ଷାବଳୟ ମୁତୟନ କରାଯିବା ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details