ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ପୁଣି ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର - ସୁପ୍ରିମକୋର୍ଟଙ୍କ ଛାଟ

ସୁଧାରି ପାରିଲାନି ସୁପ୍ରିମକୋର୍ଟଙ୍କ ଛାଟ । ଏବେବି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଠାରୁ ଦକ୍ଷିଣା ଆଦାୟ ନେଇ ଭକ୍ତଙ୍କୁ ଦୁର୍ବ୍ୟବହାର ସାମ୍ନା କରିବାକୁ ପଡୁଛି । ଏମିତି ଘଟଣା ଘଟିଛି ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ । ଅଧିକ ଖବର ପଢନ୍ତୁ...

ଶ୍ରୀମନ୍ଦିରରେ ପୁଣି ଭକ୍ତଙ୍କୁ ଦୁର୍ବ୍ୟବହାର
ଶ୍ରୀମନ୍ଦିରରେ ପୁଣି ଭକ୍ତଙ୍କୁ ଦୁର୍ବ୍ୟବହାର

By

Published : Jan 23, 2020, 10:10 PM IST

ପୁରୀ: ସୁଧାରି ପାରିଲାନି ସୁପ୍ରିମକୋର୍ଟଙ୍କ ଛାଟ । ଏବେବି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଠାରୁ ଦକ୍ଷିଣା ଆଦାୟ ନେଇ ଭକ୍ତଙ୍କୁ ଦୁର୍ବ୍ୟବହାର ସାମ୍ନା କରିବାକୁ ପଡୁଛି । ଏମିତି ଘଟଣା ଘଟିଛି ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ । ଶ୍ରୀମନ୍ଦିରକୁ ଆସିଥିବା ଜଣେ ଭକ୍ତଙ୍କ ଠାରୁ ଅଣ ସେବାୟତ ଜୋର ଜବରଦସ୍ତ ଦକ୍ଷିଣା ଆଦାୟକୁ ନେଇ ସିଂହଦ୍ବାର ସମ୍ମୁଖରେ ଗଣ୍ଡଗୋଳ ଘଟିଛି ।

ଶ୍ରୀମନ୍ଦିରରେ ପୁଣି ଭକ୍ତଙ୍କୁ ଦୁର୍ବ୍ୟବହାର

ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ହାତାହାତି ପରେ ମୁତୟନ ଜେଟିପି ପୋଲିସକୁ ଡକାଇ ଉକ୍ତ ଅଣସେବାୟତଙ୍କୁ ଜିମା ଦେଇଛନ୍ତି । ଅଭିଯୋଗ ଅନୁସାରେ ଜଣେ ଶ୍ରଦ୍ଧାଳୁ ନିଜ ପରିବାର ନେଇ ଶ୍ରୀମନ୍ଦିର ବୁଲିବାକୁ ଆସିଥିବା ବେଳେ ଅଣସେବାୟତ ଜଣକ ଦର୍ଶନ ଓ ଭୋଗ କରାଇଦେବା କହି ଜୋର ଜବରଦସ୍ତ ଭକ୍ତଙ୍କ ପକେଟରୁ ଟଙ୍କା ନେଇଯାଇଥିଲେ।

ଏହାର ପ୍ରତିବାଦ କରିବାରୁ ଅଣସେବାୟତ ଜଣଙ୍କ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ । ଯାହାକୁ ନେଇ ଉଭୟ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେପଟେ ଅଣସେବାୟତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ଅଟକ ଥିବା ବ୍ୟକ୍ତିଙ୍କ ପରିଚୟ ଜଣା ପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

ଘଟଣାରେ ସତ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି। ଅନ୍ୟପଟେ ଏହି ଘଟଣାକୁ ଜଗନ୍ନାଥପ୍ରେମୀ ଓ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details