ପୁରୀ: ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ । ଶେଷରେ ହୋଇଛି ଭକ୍ତ-ଭଗବାନଙ୍କ ମିଳନ । ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ଦର୍ଶନ ପାଇ ଭାବବିହ୍ବଳ ଭକ୍ତ । କୋରୋନା କଟକଣା କାରଣରୁ ଦୀର୍ଘ 9 ମାସ ହେବ ବନ୍ଦ ଥିଲା ଜଗତର ନାଥ ଜଗନ୍ନାଥଙ୍କ ଦ୍ବାର । ସର୍ବଦା ମୁକ୍ତ ହସ୍ତରେ ଭକ୍ତକୁ କୋଳେଇ ନେବାକୁ ଅପେକ୍ଷା କରିଥିବା ଭକ୍ତଟି ଆଜି ନିଜ ଭଗବାନଙ୍କୁ ସାମ୍ନାରେ ପାଇ ଯେମିତି ସବୁ କିଛି ହଜେଇ ଦେଇ ନିଜକୁ ପାଇଛି । ଆଜି ଦ୍ବିତୀୟ ଦିନରେ ପୁରୀବାସୀଙ୍କ ନିମନ୍ତେ ଫିଟିଛି ଦ୍ବାର । ଶୁଣନ୍ତୁ ଭକ୍ତଙ୍କଠାରୁ ଭଗବାନଙ୍କ ସହ ମିଳନର ଅନୁଭୂତି...
ଆସନ୍ତା ଡିସେମ୍ବର 31 ଯାଏଁ ପୁରୀର ସମସ୍ତ ୱାର୍ଡର ବାସିନ୍ଦା ଚତୁର୍ଦ୍ଧାମୂର୍ତ୍ତୀଙ୍କ ଦର୍ଶନ କରିପାରିବେ । ପ୍ରଶାସନ ପକ୍ଷରୁ ଏ ନେଇ ଟୋକନ୍ ଯୋଗାଇ ଦିଆଯିବ । ନିଜର ପରିଚୟ ପତ୍ର ଦେଖାଇ ମାସ୍କ ପିନ୍ଧି ପ୍ରଭୁଙ୍କୁ କରିବେ ଦର୍ଶନ । ନେଇ ପାରିବେନି ଫୁଲ କି ଦୀପ । ଥର୍ମାଲ୍ ସ୍କାନିଂ ପରେ ଶ୍ରୀମନ୍ଦିର ଭିତରକୁ ବ୍ୟାରିକେଟ୍ ଦେଇ ପ୍ରବେଶ କରିପାରିବେ । 65 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ଓ 10 ବର୍ଷରୁ କମ୍ ଶିଶୁଙ୍କୁ ମନ୍ଦିର ପ୍ରବେଶ ମନା ।