ପୁରୀ: ବର୍ଷର ଅନ୍ତିମ ଦିନରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶ୍ରୀକ୍ଷେତ୍ରବାସୀ । ଭଡାଟିଆ ଓ ପୁରୀରେ ରହୁଥିବା କର୍ମଜୀବୀ ମଧ୍ୟ ଦର୍ଶନ ସୁଯୋଗ ପାଇଛନ୍ତି । ସୂଚନା ଅନୁସାରେ ଆଜି ୨ଟି ସିଫ୍ଟରେ ଅପରାହ୍ନ ୪ଟା ଯାଏଁ ୨୮, ୨୯ ଓ ୩୧ ନମ୍ବର ୱାର୍ଡବାସୀ ଜଗା ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ହେଲେ ୪ଟା ପରଠାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ଯଦିଓ ଦର୍ଶନ ବନ୍ଦ ରହିବ ତଥାପି ଶ୍ରୀଜିଉଙ୍କ ନୀତିକାନ୍ତି ପୂର୍ବବତ୍ ଜାରି ରହିବ । ପୂର୍ବ ନିର୍ଦ୍ଦେଶ ମୁତାବକ ଆସନ୍ତା କାଲି ଏବଂ ଶନିବାର ୨ଦିନ ଜଗନ୍ନାଥ ଦର୍ଶନ ବନ୍ଦ ରହିବ । ପୁଣି ୩ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ।
ବର୍ଷର ଅନ୍ତିମ ଦିନରେ ମହାପ୍ରଭୁଙ୍କ ଦର୍ଶନ, 3ରୁ ସାଧାରଣ ଦର୍ଶନ ଆରମ୍ଭ - ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶ୍ରୀକ୍ଷେତ୍ରବାସୀ
ବର୍ଷର ଅନ୍ତିମ ଦିନରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶ୍ରୀକ୍ଷେତ୍ରବାସୀ । ଭଡାଟିଆ ଓ ପୁରୀରେ ରହୁଥିବା କର୍ମଜୀବୀ ମଧ୍ୟ ଦର୍ଶନ ସୁଯୋଗ ପାଇଛନ୍ତି । ଅଧିକ ପଢନ୍ତୁ...
ମନ୍ଦିର ଖୋଲିବା ପରେ ସର୍ବସାଧାରଣ ମହାବାହୁଙ୍କ ଦର୍ଶନ ଆରମ୍ଭ କରିପାରିବେ । ସକାଳରୁ ଦର୍ଶନ ବ୍ୟବସ୍ଥା ହୋଇଥିବାବେଳେ ଏଥର କିନ୍ତୁ ପୁରୀ ସହ ବାହାର ଜିଲ୍ଲାବାସୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସୁବିଧା ପାଇବେ । ପ୍ରଶାସନର ନିୟମ ଅନୁଯାୟୀ ସାଙ୍ଗରେ ପରିଚୟ ପତ୍ର ସହ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ବାହାର ଜିଲ୍ଲାର ଭକ୍ତ । ଗତ ୨୬ ତାରିଖଠାରୁ ୱାର୍ଡ ୱାରି ପୁରୀବାସୀଙ୍କ ଚାଲିଛି ଜଗନ୍ନାଥ ଦର୍ଶନ । ଲୋକଙ୍କ ସହଯୋଗକୁ ଦେଖି ପୁରୀରେ ରହୁଥିବା କର୍ମଜୀବୀ, ସରକାରୀ କର୍ମଚାରୀ ଓ ଭଡାଟିଆମାନଙ୍କ ପାଇଁ ପ୍ରଶାସନ ଦର୍ଶନ ଅନୁମତି ଦେଇଥିଲେ ।
ତେବେ ନିକଟରେ ଶ୍ରୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ନେଇ ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଥିଲା । ତଦନୁଯାୟୀ ମାର୍କେଟ ଛକ ନିକଟ ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ପ୍ରବେଶ କରିବାକୁ ଥିବାବେଳେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଦର୍ଶନ ପାଇଁ ଆସୁଥିଲେ ପୁରୀବାସୀ ଟୋକନ ନେଇ ଆସିବେ ବୋଲି କୁହାଯାଇଥିଲା । ଟୋକନ ସହ ଆଧାର କାର୍ଡ଼ ବା ଭୋଟର କାର୍ଡ଼ ଆଣିବା ଜରୁରୀ । ଏହାବ୍ୟତୀତ ମନ୍ଦିର ଭିତରେ ଏବଂ ବାହାରେ ମାସ୍କ ପିନ୍ଧି ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ବୋଲି ଉଲ୍ଲେଖ କରାଯାଇଥିଲା । ଯାହାକୁ ଭକ୍ତମାନେ ମାନି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
TAGGED:
ପୁରୀ ମହାପ୍ରଭୁଙ୍କ ଦର୍ଶନ