ପୁରୀ: ଆସନ୍ତା 21 ତାରିଖରୁ ବିନା କୋଭିଡ ରିପୋର୍ଟରେ ଶ୍ରୀମନ୍ଦିରକୁ ଯାଇ ଦର୍ଶନ କରିବେ ଭକ୍ତ । ଏହି ନିୟମ ପରେ ଭକ୍ତଙ୍କ ଆଗମନ ସଂଖ୍ୟା ଯଥେଷ୍ଟ ବଢିବା ଆଶା କରାଯାଉଛି। ଏଥିପାଇଁ ସମସ୍ତ ବନ୍ଦୋବସ୍ତ କରିଛି ଶ୍ରୀମନ୍ଦିର ପ୍ରଶାସନ ।
ମହାମାରୀ କୋରୋନା ଯୋଗୁଁ ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ଶ୍ରୀମନ୍ଦିର । ସରକାର ପ୍ରଥମେ କୋରୋନା ଗାଇଡଲାଇନ ମଧ୍ୟରେ ଶ୍ରୀମନ୍ଦିର ଦର୍ଶନ ପାଇଁ କଟକଣା ଜାରୀ କରିଥିଲେ । କୋଭିଡ ରିପୋର୍ଟ ମାଧ୍ୟମରେ ଭକ୍ତ ଦର୍ଶନ କରୁଥିଲେ । ସରକାର ସମସ୍ତ ପ୍ରକାରର କଟକଣା ଉଠାଇ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଅନୁମତି ଦେଇଛନ୍ତି । 21 ତାରିଖରୁ ବିନା କୋଭିଡ ରିପୋର୍ଟରେ ଶ୍ରୀମନ୍ଦିରକୁ ଯାଇ ଦର୍ଶନ କରିବେ ଭକ୍ତ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ମାର୍କେଟ ଛକରୁ ବ୍ୟାରିକେଡ କରିଛନ୍ତି । ଭକ୍ତ ମାନେ ମାର୍କେଟିଂ ଛକରୁ ଚାଲିଚାଲି ଶ୍ରୀମନ୍ଦିର ଯିବେ। ପ୍ରବେଶ ପୂର୍ବରୁ ହାତ ସାନିଟାଏଜ କରାଯିବା ସହ ଥର୍ମାଲ ସ୍କ୍ରିନିଂ ହେବ। ଏହା ପରେ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିବ। ଭିତରେ ଯେଭଳି ଭିଡ଼ ନ ହୁଏ ସେ ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟବସ୍ଥା ହୋଇଛି। ସେହିପରି ପୂର୍ବ ଭଳି ଆନନ୍ଦ ବଜାରରେ ମହାପ୍ରସାଦ ସେବନ ନେଇ କଟକଣା ରହିବ। କେଵଳ କିଣିବା ପାଇଁ ଅନୁମତି ରହିବ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଲାଇନ ବ୍ୟବସ୍ଥା କରାଯାଇଛି ।