ପୁରୀ: ବାସେଳିସାହି ଥାନା ହାଜତ ମୃତ୍ୟୁ ଘଟଣାକୁ ନେଇ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛି ବିଜେପି । ଆଜି ଦଳ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ନେତୃତ୍ବରେ ପ୍ରତିବାଦ କରିବା ସହ ତୁରନ୍ତ ଦୋଷୀ ପୋଲିସ ଅଧିକାରୀଙ୍କ 302 ଧାରାରେ ମାମଲା ରୁଜୁ କରିବା ପାଇଁ ଦାବି କରିଛି ଦଳ ।
ପୁରୀ ହାଜତ ମୃତ୍ୟୁ ମାମଲା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ପ୍ରତିବାଦ - ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର
ବାସେଳିସାହି ଥାନା ହାଜତ ମୃତ୍ୟୁ ଘଟଣାକୁ ନେଇ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ଦାବିପତ୍ର ପ୍ରଦାନ କରିଛି ବିଜେପି । ଅଧିକ ପଢନ୍ତୁ .....
ପୁରୀ ହାଜତ ମୃତ୍ୟୁ ମାମଲା , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ପ୍ରତିବାଦ
କେଵଳ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କି ବଦଳି କରିଦେଲେ ଦୋଷୀ ପୋଲିସ ଅଧିକାରୀ ଦଣ୍ଡିତ ହେବେ ନାହିଁ । ଏ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ଦାବିପତ୍ର ଦିଆଯାଇଛି। ଏଥି ସହିତ ମୃତ କେ.ରମେଶ ପରିବାରକୁ 1 କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି ବିଜେପି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ