ଓଡିଶା

odisha

ETV Bharat / state

ଦୁର୍ନୀତିକୁ ବିରୋଧ, ପୁରୀ ସଦର ବ୍ଳକ ଅଫିସ ଘେରାଉ କଲା କଂଗ୍ରେସ - puri Sadar block gherao news

ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁରୀ ସଦର ବ୍ଳକ ଅଫିସ ଘେରାଉ । ବ୍ୟାପକ ଦୁର୍ନୀତି, ପିସି କାରବାର ସମେତ ନାରୀ ନିର୍ଯାତନା ବୃଦ୍ଧି, ଦରଦାମ ବୃଦ୍ଧି , ଟାଟା ପାୱାର ବିଲ ଆଦାୟ କରିବା ଆଳରେ ଜୁଲମକୁ ବିରୋଧ କରି ଆଜି ପୁରୀ ସଦର ବ୍ଳକ ଘେରାଉ କରାଯାଇଛି । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କ ଦୁର୍ନିତୀ, ଭ୍ରଷ୍ଟାଚାରକୁ ବିରୋଧ କରି  ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ପୂରୀ ସଦର ବ୍ଳକ ଅଫିସ ଘେରାଉ
ରାଜ୍ୟ ସରକାରଙ୍କ ଦୁର୍ନିତୀ, ଭ୍ରଷ୍ଟାଚାରକୁ ବିରୋଧ କରି ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ପୂରୀ ସଦର ବ୍ଳକ ଅଫିସ ଘେରାଉ

By

Published : Aug 18, 2023, 5:13 PM IST

Updated : Aug 18, 2023, 9:12 PM IST

ପୁରୀ ସଦର ବ୍ଳକ ଅଫିସ ଘେରାଉ କଲା କଂଗ୍ରେସ

ପୁରୀ: ରାଜ୍ୟରେ ଦିନକୁ ଦିନ ବେକାରୀ ସମସ୍ୟା ବଢ଼ି ଚାଲିଛି । ବିଜେଡି ସରକାର ଯୁବକମାନଙ୍କୁ ନିଯୁକ୍ତି କଥା କହୁଥିବା ବେଳେ ଏହା ଧୂଆଁ ବାଣରେ ପରିଣତ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ଯାହାକୁ ନେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ବଢିବାରେ ଲାଗିଛି । ଗରୀବ ଲୋକଙ୍କୁ ଆବାସ ଯୋଜନାରେ ଟଙ୍କା ମଗା ଯାଉଛି । ଗରିବ ଲୋକଙ୍କୁ ଟଙ୍କା ନଦେଇ ପାରିଲେ ଆବାସ ଯୋଜନାରୁ ବଞ୍ଚିତ କରାଯାଉଥିବା ବେଳେ ଦଳୀୟ ଆଧାରରେ ବିଜେଡ଼ିର କର୍ମୀ ଓ ନେତାଙ୍କୁ ଆବାସ ଘର ପ୍ରଦାନ କରାଯାଉଛି । ବ୍ଳକ୍‌ରୁ ପଞ୍ଚାୟତ ଯାଏ ବିଜେଡ଼ିର କୁଜି ନେତା ନିଜର ରାଜ୍‌ ଚଳାଉଥିବା କଂଗ୍ରେସର ଅଭିଯୋଗ । ଏହାକୁ ନେଇ ପୁରୀ ସଦର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ ।

ଏହିଭଳି ବହୁ ସମସ୍ୟାକୁ ନେଇ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁରୀ ସଦର ବ୍ଳକ ଅଫିସ ଘେରାଉ କରାଯାଇଛି । ବ୍ଳକ୍ ଅଫିସ୍‌ରେ ବ୍ୟାପକ ଦୁର୍ନିତୀ, ପିସି କାରବାର ସମେତ ନାରୀ ନିର୍ଯାତନା ବୃଦ୍ଧି, ଦରଦାମ ବୃଦ୍ଧି, ଟାଟା ପାୱାର ବିଲ୍‌ ଆଦାୟ କରିବା ଆଳରେ ଜୁଲୁମ, ଚାଷୀ ମାରଣ ନୀତି, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରି ଦ୍ଵାର ସରକାର ନଖୋଲିବା ଆଦି ଏକାଧିକ ପ୍ରସଙ୍ଗକୁ ନେଇ ପୁରୀ ଜିଲା କଂଗ୍ରେସ ପକ୍ଷରୁ ଆଜି ପୁରୀ ସଦର ବ୍ଳକ ଘେରାଉ କରାଯାଇଛି । ପୁରୀ ଜିଲ୍ଲା କଂଗ୍ରେସର ସଭାପତି ଜୟ ନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ବିନାୟକ ଦାସମହାପାତ୍ର, ଯୁବ ନେତା ସୁଜିତ୍ ମହାପାତ୍ର, ଅମରେନ୍ଦ୍ର ପାଇକରାୟ, ସ୍ଵାଧୀନ ପଣ୍ଡା, ବିଶ୍ଵନାଥ ଦାସ ଏବଂ କଂଗ୍ରେସର ଅନେକ କର୍ମୀ ଏହି ଘେରାଉ କାର୍ଯକ୍ରମରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ....ଓଡିଶାରେ କେନ୍ଦ୍ର ଅର୍ଥ ମନ୍ତ୍ରୀ, ଦେଖନ୍ତୁ ପୁରୀ ଗସ୍ତ ସମୟର ଫଟୋ

ରାଜ୍ୟରେ ମହିଳାଙ୍କ ବିରୋଧରେ ନିର୍ଯାତନା ବୃଦ୍ଧି ପାଉଛି । ମାମଲା ରୁଜୁ ହେଲେ ବି ନିର୍ଯାତନା ପୀଡ଼ିତା ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ବିଜେଡିର ନେତାମାନେ ଥାନାରେ ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି । ଚାଷୀଙ୍କୁ ଠିକ୍ ଭାବେ ସାର ବିହନ ମିଳୁନାହିଁ । ଫଳରେ ଚାଷୀ ଆଜି ବଜାରରୁ ଚଢ଼ା ଦରରେ ସାର, ବିହନ କିଣି ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛିନ୍ତି । ଟାଟା କମ୍ପାନୀ ଦିନ କୁ ଦିନ ବିଦ୍ୟୁତ୍ ବିଲ ବଢାଇ ଚାଲିଥିବା ବେଳେ ଗରିବ ଲୋକଙ୍କୁ ମୋଟା ଅଙ୍କର ଫାଇନ କାଟି ଶୋଷଣ କରୁଛି । ବିଦ୍ୟୁତ୍ ସେବା ଉନ୍ନତି କରିବା ବଦଳରେ ଲୋକଙ୍କୁ ଅଧିକ ବିଲ କରି ଶୋଷଣ କରୁଥିବା ଆଜି ପ୍ରତିବାଦ ସଭାରେ ଅଭିଯୋଗ କରିଛନ୍ତି ପୁରୀ କଂଗ୍ରେସ ।

ଶ୍ରୀମନ୍ଦିର 4 ଦ୍ଵାର ଭକ୍ତଙ୍କ ପାଇଁ ବନ୍ଦ ଥିବାରୁ ଲାଇନ୍‌ରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ କଷ୍ଟ ପାଉଛନ୍ତି ଭକ୍ତ । ସେହିପରି ରତ୍ନ ଭଣ୍ଡାର ଅବସ୍ଥା ଖରାପ ଥିବା ବେଳେ ଏହାର ଯାଞ୍ଚ ପାଇଁ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି । ଏଣୁ ଏହି ସବୁ ଜନ ବିରୋଧୀ ନୀତିକୁ ବିରୋଧ କରି ବ୍ଳକ ଅଫିସ ଘେରାଉ କରାଯାଇଥିବା ପୁରୀ ଜିଲା କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ପୁରୀ

Last Updated : Aug 18, 2023, 9:12 PM IST

ABOUT THE AUTHOR

...view details