ପୁରୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଘନ ଘନ ଜେରା ପ୍ରସଙ୍ଗ । କେନ୍ଦ୍ର ସରକାରଙ୍କ ହୀନ ରାଜନୀତି ଅଭିଯୋଗ କରି ପୁରୀ ଜିଲା କଂଗ୍ରେସର ବିକ୍ଷୋଭ । ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୁରୀ ଜିଲ୍ଲା କଂଗ୍ରେସ ସଭାପତି ରବୀନ୍ଦ୍ର ସେଠୀ ଙ୍କ ନେତୁତ୍ବ ଶତାଧିକ କଂଗ୍ରେସ କର୍ମୀ ଏକଜୁଟ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
କେନ୍ଦ୍ର ବିଜେପି ସରକାର ଯେଭଳି ରାଜନୀତିକ ପ୍ରତିଶୋଧ ନେବା ପାଇଁ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କୁ ଇଡି କୁ ବ୍ୟବହାର କରି ଯେଉଁ ଭଳି ଭାବରେ ମାନସିକ ନିର୍ଯ୍ୟାତନା ଦିଆଯାଇଛି ତାକୁ ଦେଶବ୍ୟାପୀ ଏହା ବିରୁଦ୍ଧରେ ବିରୋଧ କରିବା ସହିତ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ବୋଲି ଜିଲ୍ଲା ସଭାପତି କହିଛନ୍ତି ।