ଓଡିଶା

odisha

ETV Bharat / state

ସୁରୁଖୁରୁରେ ଶେଷହେଲା ଅଧରପଣା ନୀତି, ଧନ୍ୟବାଦ ଦେଲେ ଜିଲ୍ଲାପାଳ - ମହାପ୍ରଭୁଙ୍କ ଅଧରପଣା ନୀତି

ମହାପ୍ରଭୁଙ୍କ ଅଧରପଣା ନୀତି ସୁରୁଖୁରୁରେ ଶେଷ ହୋଇଛି। ସମସ୍ତଙ୍କ ସହଯୋଗ ପାଇଁ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଧନ୍ୟବାଦ ଜଣାଇଛନ୍ତି । ତେବେ ଶନିବାର ଓ ରବିବାରରେ ପୁରୀରେ ସଟଡାଉନ ହେବନି । ସୁନାବେଶ ପାଇଁ ଦୁଇ ଦିନ ପୁରୀ ସଟଡାଉନ ଥିବାରୁ ଏହି ନିୟମ ଲାଗୁ ହେବ ନାହିଁ। ଅଧିକ ପଢନ୍ତୁ...

ସୁରୁଖୁରୁରେ ଶେଷହେଲା ଅଧରପଣା ନୀତି, ଧନ୍ୟବାଦ ଦେଲେ ଜିଲ୍ଲାପାଳ
ସୁରୁଖୁରୁରେ ଶେଷହେଲା ଅଧରପଣା ନୀତି, ଧନ୍ୟବାଦ ଦେଲେ ଜିଲ୍ଲାପାଳ

By

Published : Jul 4, 2020, 4:51 AM IST

ପୁରୀ: ମହାପ୍ରଭୁଙ୍କ ଅଧରପଣା ନୀତି ସୁରୁଖୁରୁରେ ଶେଷ ହୋଇଛି। ସମସ୍ତଙ୍କ ସହଯୋଗ ପାଇଁ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଧନ୍ୟବାଦ ଜଣାଇଛନ୍ତି । ତେବେ ଶନିବାର ଓ ରବିବାରରେ ପୁରୀରେ ସଟଡାଉନ ହେବନି । ସୁନାବେଶ ପାଇଁ ଦୁଇ ଦିନ ପୁରୀ ସଟଡାଉନ ଥିବାରୁ ଏହି ନିୟମ ଲାଗୁ ହେବ ନାହିଁ। କେବଳ ନୀଳାଦ୍ରି ବିଜେ ପାଇଁ ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏ ୧୪୪ ଧାରା ବଳବତ୍ତର ରହିବ। ଅପରପକ୍ଷେ କୋରୋନା ନିୟମ ମାନିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

ସୁରୁଖୁରୁରେ ଶେଷହେଲା ଅଧରପଣା ନୀତି, ଧନ୍ୟବାଦ ଦେଲେ ଜିଲ୍ଲାପାଳ

ଶନିବାର ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ । ନୀତି ନିର୍ଘଣ୍ଟ ଅନୁଯାୟୀ ଶନିବାର ସକାଳ 4ଟାରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ସହ ଅନ୍ୟାନ୍ୟ ନୀତିକାନ୍ତି ହେବ। ପରେ ଅପରାହ୍ନ 4ଟାରୁ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପାଇଁ ପହଣ୍ଡି ଆରମ୍ଭ ହେବ। ରାତି 10 ଟା ସୁଦ୍ଧା ପହଣ୍ଡି ଶେଷ ପାଇଁ ସମୟ ଧାର୍ଯ୍ୟ ହୋଇଛି।

ପୁରୀ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ପୁରୀ ପୌରପାଳିକାର 32ଟି ୱାର୍ଡରେ 32ଟି ଟିମ ଗଠନ କରାଯାଇଛି। ସେମାନେ ଘରଘର ବୁଲି ସର୍ଭେ କରିବେ। ପ୍ରତ୍ୟେକ ପରିବାରର ସଦସ୍ୟଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ନିଆଯିବ। ଏଥିରେ ସମସ୍ତେ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି। ସହରରେ 5ଟି ଟିମ ଶନିବାର ଠାରୁ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନଜର ରଖିବେ । କୋଭିଡ ଗାଉଡ ଲାଇନର ପାଳନ ହେଉଛି କି ନାହିଁ ତାହା ସେମାନେ ଯାଞ୍ଚ କରିବେ । ସାମାଜିକ ଦୂରତ୍ବ ନିୟମ ଉଲଘଂନ ହେଲେ, ମାସ୍କ ନ ପିନ୍ଧିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଜୋରିମାନା ଆଦାୟ କରାଯିବ। ଅନ୍ୟପଟେ ବାହୁଡାଯାତ୍ରା ଦିନ ବାହାରିଥିବା 12ଟି ଲୋକାଲ ପଜିଟିଭ କେସର ସଂସ୍ପର୍ଶରେ ଆସିଥିବା 70 ଜଣଙ୍କ ମଧ୍ୟରୁ ଅନେକ ନେଗେଟିଭ ଆସିଥିବା ସୂଚନା ରହିଛି। ପୁରୀ ସହରବାସୀ ଆଗାମୀ ଦିନରେ କୋଭିଡ-19 ପରିଚାଳନାରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details