ପୁରୀ: ଫନି ସହାୟତା ନାମରେ ଠକେଇ । ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଲୋକେ କ୍ଷତିପୂରଣ ଜିଲ୍ଲାପାଳ କାର୍ଯ୍ୟାଳୟରେ ଆବେଦନ କରୁଥିବା ବେଳେ ଏପଟେ ସହାୟତା ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିବା କହିଛନ୍ତି ଜିଲ୍ଲାପାଳ ।
ଫନି ସହାୟତା ପାଇଁ ଚାଲିଛି ଆବେଦନ, ଗୁଜବକୁ ବିଶ୍ବାସ ନ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ ଗୋଟେ ପଟେ ସହାୟତା ପାଇଁ ଲୋକେ ଫର୍ମ ଫିଲଅପ୍ କରୁଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖଛନ୍ତି ଜିଲ୍ଲପାଳ । ସେ କହିଛନ୍ତି, କ୍ଷତିଗ୍ରସ୍ତଙ୍କୁ କ୍ଷତି ପୂରଣ ପ୍ରଦାନ ପାଇଁ ପ୍ରଶାସନ ତରଫରୁ ସେପରି କୌଣସି ଫର୍ମ ଜାରି କରାଯାଇନି । ଲୋକେ ଗୁଜବରେ ବିଶ୍ବାସ ନ କରନ୍ତୁ ବୋଲି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।
ଏ ନେଇ ତଦନ୍ତ କରାଯିବ ଯେଉଁମାନେ ଫର୍ମ ନାମରେ ଠକେଇ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ସ୍କିମରେ କଚ୍ଚା ଘର ସହାୟତା ଯୋଜନାରେ ଅଯୋଗ୍ୟ ହିତାଧିକାରୀ ସାହାଯ୍ୟ ପାଇଥିବା ଅଭିଯୋଗ ପାଇଥିବା ସେ କହିଛନ୍ତି । ଏ ନେଇ ମଧ୍ୟ ତଦନ୍ତ ଚାଲିଛି । ଯେଉଁ ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଛନ୍ତି ସେମାନଙ୍କ ଆକାଉଣ୍ଟକୁ ସିଜ୍ କରାଯାଇ ଟଙ୍କା ଆଦାୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ