ଓଡିଶା

odisha

ETV Bharat / state

ରଥଯାତ୍ରା ପାଇଁ ପ୍ରସ୍ତୁତି, ଶ୍ରୀମନ୍ଦିରରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ - chariot wood

ଚଳିତବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତ ଶ୍ରୀମନ୍ଦିର ପ୍ରଶାସନ । ନୟାଗଡ ବନଖଣ୍ଡରୁ ଆଜି ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ଆସି ପହଞ୍ଚିଛି। ଅଧିକ ପଢନ୍ତୁ...

puri chariot wood reach in puri srimandir
ତୃତୀୟ ପର୍ଯ୍ୟାୟରେ ରଥ କାଠ ପହଞ୍ଚିଲା

By

Published : Apr 19, 2021, 12:54 PM IST

Updated : Apr 19, 2021, 1:25 PM IST

ପୁରୀ:ଚଳିତବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତ ଶ୍ରୀମନ୍ଦିର ପ୍ରଶାସନ । ରଥଯାତ୍ରା ପାଇଁ ପ୍ରସ୍ତୁତି ହେବାକୁ ଥିବା ରଥ କାଠ ଶ୍ରୀମନ୍ଦିରରେ ପହଞ୍ଚିଛି । ନୟାଗଡ ବନଖଣ୍ଡରୁ ଆଜି ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ଆସି ପହଞ୍ଚିଛି।

ରଥଯାତ୍ରା ପାଇଁ ପ୍ରସ୍ତୁତି, ଶ୍ରୀମନ୍ଦିରରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ଆସି ପହଞ୍ଚିଛି। ଏଥିରେ ସମୁଦାୟ 13ଟି ଫାସୀ କାଠ ରହିଛି। ରଥଯାତ୍ରା ପାଇଁ ମୋଟ 865 ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର 69 ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ 796 ଖଣ୍ଡ କାଠର ଆବଶ୍ୟକତା ରହିଛି। ତେବେ 796 ଖଣ୍ଡରୁ ଆଜି ପର୍ଯ୍ୟନ୍ତ ମୋଟ 62ଖଣ୍ଡ ବର୍ତମାନ ସୁଦ୍ଧା ପୁରୀରେ ପହଞ୍ଚିଥିବା ବେଳେ ବଳକା 734 ଖଣ୍ଡ କାଠ ପର୍ଯ୍ୟାୟ କ୍ରମେ ଆସି ପହଞ୍ଚିବ | ତେବେ ଗତ ସରସ୍ବତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇଥିଲା |

ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି। ତିନିରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀ ଠାରୁ କଟକ ସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Apr 19, 2021, 1:25 PM IST

ABOUT THE AUTHOR

...view details